କୃଷି ଓ ମୃତ୍ତିକା ସମ୍ପର୍କରେ ସଚେତନତା ଓ ତାଲିମ ଶିବିର

ଧର୍ମଗଡ ୨୨/୧/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ)   କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ କୃଷି ବିଭାଗ ପକ୍ଷରୁ ମୃତ୍ତିକା ସ୍ୱାସ୍ଥ୍ୟ ଓ ଉର୍ବରତା ଉପରେ ତାଲିମ ପ୍ରଦାନ ଓ ସଚେତନତା ଏବଂ ବୃହତ ଉଠା ଜଳ ସେଚନ ପ୍ରକଳ୍ପ ଅଞ୍ଚଳରେ ଫସଲ ବିବିଧି କରଣ ଯୋଜନା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକ କୃଷି ଅଧିକାରୀ ନୀଳକଣ୍ଠ ମେହେର, ବିଟିଏମ ଦେବାଶିଷ ଚାନ୍ଦ, ସହକାରୀ ବ୍ଲକ କୃଷି ଅଧିକାରୀ କମଲେସ ଶବର, ହେମାନନ୍ଦ ମାଝୀ, ଓ ଅର୍ଧେନ୍ଦୁ ସୁନ୍ଦର ନାୟକ, ଗ୍ରାମ୍ୟ କୃଷି କର୍ମଚାରୀ ଭାନୁମତି କୁମାର ପ୍ରମୁଖ ମଞ୍ଚାସିନ ହୋଇ  ଚାଷ ଜମିରେ  ରାସାୟନିକ ସାର ବଦଳରେ  ଜୈବିକ ସାର ପ୍ରୟୋଗ କରି ଜୈବିକ ପଦ୍ଧତିର ଚାଷ କଳେ ମାଟିର ଉର୍ବରତା ବଢ଼ାଇବା ସହିତ ଭଲ ଫସଲ ଉତ୍ପାଦନ ହୋଇଥାଏ ବୋଲି ଅତିଥି ମାନେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟ କ୍ରମରେ ପଞ୍ଚାୟତର ଅନେକ ଚାଷୀ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମକୁ ମୁକେଶ ଯୋଶୀ ପରିଚାଳନା କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page