କ୍ରାନ୍ତିଜ୍ୟୋତି ତଥା ଶିକ୍ଷାର ଜନନୀ ମାତା ସାବିତ୍ରୀ ବାଈଫୁଲେଙ୍କ ୧୯୫ ତମ ଜନ୍ମବାର୍ଷିକୀ ପାଳିତ‌

କଳାହାଣ୍ଡି,୩/୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ ଜ୍ଞାନ ଜ୍ୟୋତି ତଥା ଶିକ୍ଷାର ଜନନୀ ମାତା ସାବିତ୍ରୀ ବାଈଫୁଲେ ଙ୍କ ୧୯୫ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏଓଏସସିଏଫ୍ ର ମହିଳା ଶାଖା ପକ୍ଷରୁ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଏ.ଡି.ଏମ୍ କଳାହାଣ୍ଡି ଯୋଗଦାନ କରିଥିଲେ । ମଞ୍ଚାସୀନ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଶ୍ରୀ ହଳଧର ନିଆଲ, ଭନ୍ତେ ଜୀ ସୁମଙ୍ଗଳ ବୋଧି , ଏଓଏସସିଏଫ୍ ର ସଭାପତି ଶ୍ରୀବତ୍ସ ତାଣ୍ଡି, ଏଓଏସସିଏଫ୍ ବରିଷ୍ଠ ଉପଦେଷ୍ଟା ଶ୍ରୀ ପ୍ରେମାନନ୍ଦ ବାଗ, ମହିଳା କଲେଜ ଓଡିଆ ଅଧ୍ୟାପିକା ସୁରେଶ୍ଵରୀ ବାଗ, ଏଓଏସସିଏଫ୍ ମହିଳା ବିଭାଗ ମୂଖ୍ୟ ଶ୍ରୀମତୀ ବିଜୟଲକ୍ଷ୍ମୀ ସ୍ଵର୍ଣ୍ଣା, ପଛୁଆ ବର୍ଗ ମୋର୍ଚ୍ଚା ସଭାପତି ଜଗଦୀଶ ଯାଦବ ଅନ୍ୟତମ। ଅତିଥି ମାନେ ପରାଧୀନ ଭାରତରେ ବ୍ରାହ୍ମଣ ଙ୍କ ବ୍ୟତୀତ ସମ୍ପୂର୍ଣ୍ଣ ମହିଳା ଓ ଶୁଦ୍ର ସମାଜକୁ ଶିକ୍ଷାରୁ ବଞ୍ଚିତ ଥିଲେ। ଠିକ୍ ଏହି ସମୟରେ ମହାତ୍ମା ଫୁଲେ ଓ ମାତା ସାବିତ୍ରୀ ବାଈଫୁଲେ ଅବହେଳିତ ନିଷ୍ପେସିତ ସମାଜକୁ ଶିକ୍ଷାଦାନ କରିବା ପ୍ରତିକୂଳ ପରିସ୍ଥିତିରେ କଠୋର ପଦକ୍ଷେପ ଗ୍ରହଣ ସ୍ଵରୂପ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଭାରତରେ ଶିକ୍ଷାର ପ୍ରଥମ ମୂଳଦୁଆ ପକାଇଥିଲେ। ସେହିଦିନ ଠାରୁ ଭାରତରେ ଶିକ୍ଷା ସମସ୍ତଙ୍କ ପାଇଁ ଦ୍ଵାର ଉନ୍ମୁକ୍ତ ହୋଇଥିଲା। ପରବର୍ତ୍ତୀ ସମୟରେ ଦେଶ ସ୍ଵାଧୀନତା ହାସଲ କରିବାପରେ ସମ୍ବିଧାନରେ ବାବାସାହେବଙ୍କ ଦ୍ଵାରା ସମସ୍ତଙ୍କୁ ଶିକ୍ଷା ପ୍ରଦାନ ପାଇଁ ବ୍ୟବସ୍ଥା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରାଯାଇଥିଲା । ପରେ ଭନ୍ତେ ଜୀ ସୁମଙ୍ଗଳ ବୋଧି ତ୍ରୀଶରଣ ଓ ପଞ୍ଚଶୀଳ ଗାନ କରିଥିଲେ । ମହିଳା ବିଭାଗର ରେଣୁକା ଛତ୍ରିଆ ମାତା ସାବିତ୍ରୀ ବାଈଫୁଲେ ଓ ବାବାସାହେବଙ୍କ ଉପରେ ସ୍ବରଚିତ କବିତା ପାଠ କରିଥିଲେ । ଏହି ଅବସରରେ ସଂଗଠନର ବରିଷ୍ଠ କର୍ମକର୍ତ୍ତା ତଥା ଉପଦେଷ୍ଟା ବସନ୍ତ ନାଏକ, ରାମକୁମାର ନାଏକ, ବିଶ୍ଵନାଥ କର, ବରୁଣ ସୁନା, ବିଭୀଷଣ ନାଏକ, ରଜନୀକାନ୍ତ ସମର୍ଲିଆ, କାର୍ଯ୍ୟକାରୀ ସଭାପତି ଋଷିସୂଦନ ଛତ୍ରପାଲ, ଦେବେନ୍ଦ୍ର କୁମାର ନାଏକ, ପୃଥ୍ୱୀରାଜ ଛ‌‌‌ତ୍ରିଆ, ଓମ୍ ପ୍ରକାଶ ଛତ୍ରିଆ, ପ୍ରଫେସର୍ ପବିତ୍ର ବାଗ, ଅବସରପ୍ରାପ୍ତ ଶିକ୍ଷାବିତ୍ ଗୋବର୍ଦ୍ଧନ ବାଗ, ବୈକୁଣ୍ଠ ବେମାଲ, ଉପସ୍ଥିତ ଥିଲେ। ଶ୍ରୀମତୀ ଅଞ୍ଜୁ କୁମାର ପରିଚାଳନା କରିଥିଲେ । ଏହି ଅବସରରେ ସଂଗଠନର ସକ୍ରିୟ କାର୍ଯ୍ୟକର୍ତ୍ତା ଙ୍କୁ ସମ୍ବର୍ଦ୍ଧନା ଦିଆଯିବା ପରେ ଶେଷରେ ଏଓଏସସିଏଫ୍ ର ସାଧାରଣ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page