କ୍ଲଷ୍ଟରସ୍ତରୀୟ ନିପୁଣ ଓଡିଶା ମେଳା

ଭବାନୀପାଟଣା, ୧୬/୦୨(ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ରୋଜନାଗୋଡ଼ା ଉଚ୍ଚପ୍ରଥମିକ ବିଦ୍ୟାଳୟ ଠାରେ ରିଷିଗାଁ ଆଂଚଳିକ ସାଧନ କେନ୍ଦ୍ରର କ୍ଳଷ୍ଟରସ୍ତରୀୟ “ନିପୁଣ ଓଡିଶା ମେଳା” ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍ଘାଟନୀ ସମାରୋହରେ ମୁଖ ଅତିଥି ଭାବେ କୁଳିଆମାଲ ପଞ୍ଚୟତ ସରପଞ୍ଚ ଜାମିନି ସାହୁ, ମୁଖ୍ୟ ବକ୍ତାଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଦିକେଶ ନାଏକ, ସମ୍ମାନିତ ଅତିଥି ଭାବେ ମାଲଗାଁ ସରପଞ୍ଚ ବିଷ୍ଣୁପ୍ରିୟା ଦୁର୍ଗା, ରିଷିଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷ୍ୟୟତ୍ରୀ ଅନିତା ମହାନ୍ତି, କୁଳିଆମାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷ୍ୟୟତ୍ରୀ ନଳିନୀ କୁମାରୀ କଂହର ପ୍ରମୁଖ ମଞ୍ଚାସିନ ହୋଇ ନିପୁଣ ଓଡିଶା ମେଳା ଏବଂ ଏହାର କାର୍ଯ୍ୟ କାରିତା ଉପରେ ମତବ୍ୟକ୍ତ କରିଥିଲେ। କ୍ରଯ୍ୟକ୍ରମର ପ୍ରାରମ୍ଭରେ ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ମା ମାଣିକେଶ୍ବରୀଙ୍କ ପ୍ରତିକ୍କୃତିରେ ପୁଷ୍ପମାଲ୍ୟା ଅର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ସୁଭାରମ୍ବ କରିଥିଲେ ଏବଂ ପରେ ଟି.ଏଲ.ଏମ୍. ମେଳାର ଷ୍ଟଲଗୁଡିକୁ ବୁଲି ଦେଖିବା ସହତ ଫିତାକାଟି ସ୍ଟଲଲ ଗୁଡିକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରି ଥିଲେ। ଏହି କ୍ଲସ୍ଟର ସ୍ତରୀୟ ମେଳାରେ ରିଷିଗାଁ କ୍ଲଷ୍ଟର ଅଧିନସ୍ଥ ସମସ୍ତ ବିଦ୍ୟାଳୟର ଏଫ.ଏଲ.ଏନ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ଏବଂ ଅବିଭାବକ, ଏସ.ଏମ୍.ସି. ସଦସ୍ୟ, ପି.ଆର.ଆଇ. ମେମ୍ବର, ଅଙ୍ଗନବାଡି କର୍ମୀଆଦି ଯୋଗଦାନ କରି ସାକ୍ଷରତା, ମୋଲିକ ସଂଖ୍ୟାଜ୍ଞାନ, ସୃଜନଶୀଳ, ମତାମତ ଷ୍ଟଲ ନାମରେ ଚାରୋଟି ଷ୍ଟଲ ପରିଦର୍ଶନ କରିବା ସହ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷ୍ୟୟତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ଶିକ୍ଷଣିୟ ସାମଗ୍ରୀ ଗୁଡିକର ବ୍ୟବହାର କିପରି କରାଯିବା ଏବଂ ପ୍ରାଥମିକ ଶିକ୍ଷ୍ୟାକୁ ସରସ ସୁନ୍ଦର ତଥା ସୁଦୃଢ ଓ ଅନନ୍ଦଦାୟୀକ କରିବା ସହ ଟି.ଏଲ.ଏମ୍.ର ଆବଶ୍ୟକତା ଉପରେ ସମସ୍ତେ ଗୁରୁତ୍ୱ ଅରୋପ କରିଥିଲେ । ଭୋଜନ ବିରତି ପରେ ମୁଖ୍ୟ ଅତିଥି ଏ.ବି.ଇ. ଓ ହୃଷିକେଶ ନାଏକ ଏବଂ ମଞ୍ଚାସିନ ଅତିଥୀ ମାନଙ୍କଦ୍ୱାରା କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ର, ଛାତ୍ରୀ ଶିକ୍ଷକ ଶିକ୍ଷ୍ୟୟତ୍ରୀ, ଅଭିଭାବକ ମାନଙ୍କୁ ପୁରସ୍କୃତ କରିଥିଲେ। ଏହି ନିପୁଣ ମେଳାରେ ବରିଷ୍ଠ ଶିକ୍ଷକ ଅନିଲ କୁମାର ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ଆୟୋଜକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କ୍ଷମାନିଧି ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ପରିଶେଷରେ ଏହିସମସ୍ତ କାର୍ଯ୍ୟର ଦାଇତ୍ୱ ଋଷିଗାଁ କ୍ଲଷ୍ଟର ସି ଆର ସି ସି ବୈକୁଣ୍ଠ ବେମାଲ ନେଇଥିଲେ। ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରି ମାନଙ୍କର ସହଯୋଗରେ । ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏଭଳି ପ୍ରୋତ୍ସାହନ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ଓ ଅନନ୍ଦଦାୟିକ କରିବା ସହ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜଳମୟ ଭବିଷ୍ୟତ ଗଢିତୋଳିବାର ଅଭିନବ ପ୍ରୟାସକୁ ସର୍ବସାଧାରଣଙ୍କ ଦ୍ଵାରା ଉଚ୍ଚପ୍ରଶଂସିତ ହୋଇପାରିଛି।
(କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଜଗନ୍ନାଥ ନାଏକଙ୍କ ରିପୋର୍ଟ)

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page