ଖମାର ହଳଦୀ ଗ୍ରାମ ପଞ୍ଚାୟତରେ ବିକଶିତ ଗାଁ ବିକଶିତ ଓଡିଶା ପ୍ରକଳ୍ପ ଚୟନ ନିମନ୍ତେ ଗ୍ରାମସଭା

ଧର୍ମଗଡ ୧୪/୨/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ବଦଳିବ ଗାଁ ର ଚିତ୍ର । ରାସ୍ତା, ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ନେଇ ଗୋଷ୍ଠୀ ଉନ୍ନୟନ ଓ ଶିକ୍ଷା, ସବୁ କ୍ଷେତ୍ର ପ୍ରତି ଦିଆଯିବ ଗୁରୁତ୍ବ। ସାମାଜିକ ଜୀବନ ସହ ଆର୍ଥିକ ସ୍ଥିତି ହେବ ଉନ୍ନତ । ଏସବୁକୁ ନଜରରେ ରଖି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ମହତ୍ବାକାଂକ୍ଷୀ ଯୋଜନା  ବିକଶିତ ଗାଁ ବିକଶିତ ଓଡ଼ିଶା । ଏହି ପରୀପ୍ରେକ୍ଷୀରେ ଆଜି ଗୋଲାମୁଣ୍ଡା ବ୍ଲକ ଅଧିନସ୍ଥ ଖମାରହଳଦୀ ଗ୍ରାମପଞ୍ଚାୟତ ଠାରେ ସରପଞ୍ଚ ରବିନ୍ଦ୍ର କୁମାର ମୁଣ୍ଡ ଙ୍କ ସଭାପତିତ୍ଵ ରେ ଆଜି ବିକଶିତ ଗାଁ ବିକଶିତ ଓଡିଶା ପ୍ରକଳ୍ପ ଚୟନ ନିମନ୍ତେ ଏକ ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କାର୍ଯ୍ଯ ନିର୍ବାହୀ ଅଧିକାରୀ ବିଶ୍ୱ ରଂଜନ ପଣ୍ଡା ତଥା ସରପଞ୍ଚ ଶ୍ରୀ ମୁଣ୍ଡ ବିକଶିତ ଗାଁ ବିକଶିତ ଓଡିଶା ର ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ନିଜ ନିଜ ବକ୍ତବ୍ୟ ରେ ପରିପ୍ରକାଶ କରିଥିଲେ। ଏଥିରେ ଗ୍ରାମ ପଞ୍ଚାୟତ ର ଏ , ଡି, ଇ, ଓ, କୁସୁମମଞ୍ଜରୀ ମେହେର, ନାଏବ ସରପଞ୍ଚ ପ୍ରତିନିଧି ବଟକୃଷ୍ଣ ତାଣ୍ଡି,ଜି, ଆର୍, ଏସ୍, ଦ୍ରୋପଦି ମାଝୀ,ୱ।ର୍ଡ ମେମ୍ବର ୱ।ର୍ଡ ସଭ୍ୟା,  ଏମ ବି କେ, ସି, ଆର୍, ପି, ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା, ଅଙ୍ଗନୱାଡ଼ି , ଗାଁ ସାଥି, ମେଟ ଓ ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page