ଖମାର ହଳଦୀ ଭାଟି ଛକ ଠାରେ ମର୍ମନ୍ତୁକ ଦୁର୍ଘଟଣା।  

ଧର୍ମଗଡ ୧୪/୨/( ଜନ୍ମେଜୟ ନାଏକ ଙ୍କ ରିପୋର୍ଟ) ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖମାରହଳଦୀ ଗ୍ରାମ ପଞ୍ଚାୟତ ନିକଟସ୍ଥ ଭାଟି ଛକ ଠାରେ ଜଣେ ବାଇକ ଆରୋହୀ ଟ୍ରକ୍ ସାଙ୍ଗରେ ପିଟି ହୋଇଥିବା ଦେଖିବାକୁ ମିଳିଛି। ପ୍ରକାଶ ଥାଉକୁ ବିଜୁ ଏକ୍ସପ୍ରେସ ୱେ ଦେଇ ଖାମାର ହଳଦୀ ଗ୍ରାମ ପଞ୍ଚାୟତ ଘୋଟିଆ ଗ୍ରାମର ଥବିର ନାଏକ ପିତା ବାମଦେବ ନାଏକ ନିଜ ପନିପରିବା ବିକ୍ରି କରିବା ପାଇଁ ଧର୍ମଗଡ  ଅଭିମୁଖେ ଯାଉଥିବା ସମୟରେ ଧର୍ମଗଡ ପଟୁ ଆସୁଥିବା ଏକ ଟ୍ରକ୍ ସହିତ ପିଟି ହୋଇଛନ୍ତି ଫଳରେ ତାଙ୍କ ଗୋଡ଼ ଓ ମୁଣ୍ଡରେ ରେ ବହୁତ ଆଘାତ ଲାଗି ଥିବା ଜଣା ପଡିଛି। ରକ୍ତ ଯୋଡୁ ବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ନିକଟସ୍ଥ ଧର୍ମଗଡ ଡ଼ାକ୍ତରଖାନା କୁ ପଠାଇ ଦେଇଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page