ଖେରଙ୍ଗଠାରେ ଓଡିଆ ନବବର୍ଷ ପାଳିତ

ଚାନ୍ଦବାଲି: ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଖେରଙ୍ଗ ପଞ୍ଚାୟତରେ ଥିବା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ଖେରଙ୍ଗଠାରେ ଓଡିଆ ନବବର୍ଷ ପାଳିତ | ସବୁଦିନପରି ଆଜି ମଧ୍ୟ ସକାଳ ୭ଟାସମୟରେ ସମାଜସେବୀ ତଥା ଯୋଗଏବଂ ପ୍ରାକୂତିକ ବୈଦଗୁରୁ ଡକ୍ଟର ଦୀପକ ରଞ୍ଜନ ବେହେରାଙ୍କ ଦ୍ବାରା ଯୋଗପ୍ରଶିକ୍ଷଣ ସରିବାପରେପରେ ଡକ୍ଟର ଦୀପକ ରଞ୍ଜନ ବେହେରା ଓଡିଆ ନବବର୍ଷ ଏବଂ ବିଷୁବ ପଣାଶଙ୍କରାନ୍ତି ବିଷୟରେ କହିଥିଲେ ଯେ ପଣା ସଂକ୍ରାନ୍ତିଠାରୁ ସୌରମାନ ବର୍ଷର ପ୍ରଥମ ଗଣନା ଆରମ୍ଭ ହୁଏ । ଏହା ସୌର ବୈଶାଖର ପ୍ରଥମ ଦିବସ । ଏହିଦିନଠାରୁ ନୂତନ ଶକାବ୍ଦ ଗଣନାର ଆରମ୍ଭ ହୁଏ । ଓଡ଼ିଆ ନବବର୍ଷର ଆରମ୍ଭ ପ୍ରଣାଳୀ ବିଜ୍ଞାନ ସମ୍ମତ ଓ ଯୁକ୍ତିଯୁକ୍ତ ଏହାର ଗଣନା ନିରୟଣ ସୂର୍ଯ୍ୟ ମେଷରାଶିରେ ପ୍ରବେଶ କରିବାଠାରୁ ହୋଇଥାଏ । ଏହି ପଦ୍ଧତି ଓଡ଼ିଶାର ପ୍ରଥମ ଜ୍ୟୋତିର୍ବିଜ୍ଞାନୀ ଶତାନନ୍ଦାଚାର୍ଯ୍ୟଙ୍କଠାରୁ ଚଳିଆସୁଥିବାର ଅନୁମାନ କରାଯାଏ । ପୃଥିବୀର ପାଞ୍ଚପ୍ରକାର ଗତି ଅଛି ସେଥି ମଧ୍ୟରୁ ୩ଟି ପ୍ରତ୍ୟକ୍ଷ ଓ ୨ଟି ପରୋକ୍ଷ । ୩ଟି ପ୍ରତ୍ୟକ୍ଷ ଗତି ମଧ୍ୟରୁ ଦୋଳନ ଗତି ଅନ୍ୟତମ । ଏହି ଦୋଳନଗତି ଥରେ ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୨୬ହଜାର ବର୍ଷ ଲାଗିଥାଏ । ଏହି ଗତି ବର୍ତ୍ତମାନ ପଶ୍ଚାତକ୍ରମରେ ମୀନ ଆଡ଼କୁ ୨୪ଡିଗ୍ରୀ ଘୁଞ୍ଚି ଆସିଲାଣି । ଏହି କ୍ରମରେ ଏହା ୩୬୦ଡିଗ୍ରୀ ପର୍ଯ୍ୟନ୍ତ ଗତି କରିବ । ଏହା ସମସ୍ତ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସିଦ୍ଧାନ୍ତିମାନଙ୍କ ମତ; ମାତ୍ର ଓଡ଼ିଶାର ମହାନ ବିତତ୍ତ୍ୱବିତ୍ ପଠାଣି ସାମନ୍ତଙ୍କ ମତ ଅନୁଯାୟୀ ଏହି ଗତି ଆଗକୁ ୨୭ଡିଗ୍ରୀ ଓ ପଛକୁ ୨୭ଡିଗ୍ରୀ ଗତି କରିବ । ଏହିପରି ଏହା କେବଳ ୫୪ଡିଗ୍ରୀ ଭିତରେ ହିଁ ଗତି କରିପାରିବ । ଏହି ଗତି ଫଳରେ ଗ୍ରହ ନକ୍ଷତ୍ରଙ୍କ ଦ୍ରାଘିମାରେ ପରିବର୍ତ୍ତନ ଆସେ । ଏହାକୁ ନିରୟଣ ପଦ୍ଧତି କୁହାଯାଏ । ଭାରତୀୟ ଜ୍ୟୋତିର୍ବିଦମାନେ ନିରୟଣ ମତବାଦର ସପକ୍ଷରେ । ଏହି ମତ ଅନୁଯାୟୀ ସ୍ପଷ୍ଟ ସୂର୍ଯ୍ୟ ମେଷ ବିନ୍ଦୁରେ ପ୍ରତ୍ୟେକ ବର୍ଷ ପ୍ରାୟ ଅପ୍ରେଲ ୧୪/୧୫ ତାରିଖରେ ପ୍ରବେଶ କରନ୍ତି । ଏହିଠାରୁ ହିଁ ଓଡ଼ିଆ ନବବର୍ଷର ଆରମ୍ଭ ହୋଇଥାଏ ବୋଲି ଡକ୍ଟର ବେହେରା କହିବାପରେପରେ ମେଡିକାଲର ମେଡିକାଲ ଅଫିସର ଡକ୍ଟର ଇତିଶ୍ରୀ ଦାସ କହିଥିଲେ ଯେ ଓଡ଼ିଆ ପଞ୍ଜିକାରେ ଏହି ଦିବସକୁ ମହାବିଷୁବ ସଂକ୍ରାନ୍ତି ଭାବେ ଉଲ୍ଲେଖ କରାଯାଇଥାଏ । ମାତ୍ର ତାହା ଠିକ ନୁହେଁ କାରଣ ଏହିଦିନ ସୂର୍ଯ୍ୟ ବିଷୁବବୃତ୍ତର ପ୍ରାୟ ୯ଡିଗ୍ରୀ ଉତ୍ତରକୁ ଘୁଞ୍ଚି ଆସିଥାନ୍ତି ବୋଲି କହିଥିଲେ | ପରେପରେ ବେଲପଣା ପ୍ରସ୍ତୁତ କରି ଅନ୍ଯମାନଙ୍କୁ ବଣ୍ଟନ କରି ଉପସ୍ତିତ ଥିବା ସମସ୍ତେ ପଣାପିଇ କାର୍ଯ୍ଯକ୍ରମକୁ ବିରାମ ଦିଆଯାଇଥିଲା |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page