ଗୀତାଞ୍ଜଳି ପକ୍ଷରୁ ବାର୍ଷିକ ସାଂସ୍କୃତିକ ଉତ୍ସବ

ଭୁବନେଶ୍ୱର, ତା 29/01/25: ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଗୀତାଞ୍ଜଳି ପକ୍ଷରୁ ସରକାରଙ୍କ ସଂସ୍କୃତି ବିଭାଗ ସହଯୋଗ ରେ ସ୍ଥାନୀୟ ଜୟଦେବ ଭବନ ଠାରେ ଆସନ୍ତା 31 ତାରିଖ ସନ୍ଧ୍ୟା 6.30 ମିନିଟ ସମୟରେ ଗୀତାଞ୍ଜଳିର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ I ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ସଙ୍ଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଲିତ, ବରିଷ୍ଠ କବି, ପୂର୍ବତନ ଆୟକର ଆୟୁକ୍ତ, ଶରତ ଦାସଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେବେ I ରବୀନ୍ଦ୍ର ସଂଗୀତ ସହିତ, ଓଡିଶାର କଳା, ସଂସ୍କୃତି,ପରମ୍ପରା ଆଧାରିତ ସଂଗୀତ ଆୟୋଜିତ ହେବ ବୋଲି ଅନୁଷ୍ଠାନର ସାଧାରଣ ସମ୍ପାଦକ ତପନ କୁମାର ରାହା ଏକ ପ୍ରେସ ବିଜ୍ଞପ୍ତି ରେ ଜଣାଇଛନ୍ତି I ସମସ୍ତ ଜନସାଧାରଣ ବିନା ଶୁଳ୍କ ରେ କାର୍ଯ୍ୟକ୍ରମ ରେ ସାମିଲ ହେବେ ବୋଲି କହିଥିଲେ I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page