ଗୁଗୁଲ ମ୍ୟାପକୁ ଫଲୋ କରି ଘନ ଜଙ୍ଗଲ ଭିତରେ ପଶିଗଲେ ପୁରା ପରିବାର

ଗୁଗଲ ମ୍ୟାପ୍ ର ସହାୟତା ନେଇ ବିହାରରୁ ଗୋଆ ଅଭିମୁଖେ ଯାତ୍ରା କରୁଥିବା ଏକ ପରିବାର ଗୁଗଲ୍‌ ମ୍ୟାପ୍‌ ଦେଖାଉଥିବା ଭୁଲ ରାସ୍ତାରେ ଯାଇ ଏକ ଘଞ୍ଚ ଜଙ୍ଗଲ ଭିତରକୁ ପଶି ଯାଇଥିବାର ଏକ ଘଟଣା ଏବେ ସାମ୍ନାକୁ ଆସିଛି । ପୂର୍ବରୁ ବହୁବାର ଗୁଗଲ୍‌ ମ୍ୟାପ୍‌ ପାଇଁ ଅନେକଙ୍କ ଜୀବନ ଯାଇଥିବା ବେଳେ ଏବେ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି । ପରିବାର ଲୋକେ ଯାତ୍ରା କରୁଥିବା ବେଳେ ବାଟ ପାଇଁ ଗୁଗୁଲ୍‌ ମ୍ୟାପର ସହାୟତା ନେଇଥିବା ବେଳେ ଏକ ଜଙ୍ଗଲରେ ଫଶିଯାଇ ଦୁଃଖଦ ରାତି ବିତାଇବାରୁ ପଡ଼ିଥିଲା । ଯେତେବେଳେ ସେମାନେ ମ୍ୟାପର ବ୍ୟବହାର କରିଥିଲେ ସେମାନଙ୍କୁ ଶିରୋଲି ଏବଂ ହେମାଡାଗା ନିକଟ ଜଙ୍ଗଲ ଦେଇ ଏକ ଛୋଟ ମାର୍ଗକୁ ନିର୍ଦ୍ଦେଶ ଦେଇଥିଲା ‌ଗୁଗଲ ମ୍ୟାପ୍ । ବିପଦ ବିଷୟରେ ଜାଣି ନଥିବାରୁ ପରିବାର ପ୍ରାୟ ୮ କିଲୋମିଟର ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ପ୍ରବେଶ କରିଥିଲେ। ସେଠାରେ ଖୁବ୍ ଅଜବ ପରିସ୍ଥିତିରେ ପଡ଼ିଲେ । କାରଣ ସେଠାରେ କୌଣସି ମୋବାଇଲ୍ ନେଟୱାର୍କ ନଥିଲା ଏବଂ ଜଙ୍ଗଲରୁ ବାହାରିବା ପାଇଁ ସ୍ପଷ୍ଟ ରାସ୍ତା ନଥିଲା । ଯେହେତୁ ରାତ୍ରୀ ସମୟ ହୋଇଯାଇଥିଲା ତେଣୁ ସେମାନଙ୍କୁ ରାସ୍ତା ଆଉ ଠିକ୍ ସେ ଦେଖାଯାଇନଥିଲା । ତେଣୁ ସେମାନେ କେଉଁ ଦିଗକୁ ରାସ୍ତା ପଡ଼ିଛି ବି ଜାଣିପାରୁନଥିଲେ । ସେମାନଙ୍କ ବାଟ ଖୋଜିବାକୁ ବାରମ୍ବାର ଉଦ୍ୟମ ସତ୍ତ୍ୱେ ପରିବାର ନିଜ ଜଙ୍ଗଲରେ ଭୟଭୀତ ହୋଇପଡ଼ିଥିଲେ । ତେବେ ରାତିରେ ଆଉ କୌଣସି ଉପାୟ ନପାଇ ସେଠାରେ ସାରା ରାତି ନିଜ କାରରେ କଟାଇବାକୁ ବାଧ୍ୟ ହୋଇଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News