ଗୋଲାମୁଣ୍ଡା ଠାରେ ଅଟଳ ବିହାରି ବାଜପେୟୀ ଙ୍କ ଜନ୍ମ ଜୟନ୍ତୀ ପାଳିତ

କଳାହାଣ୍ଡି,୨୫|୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-ଆଜି ସାରା ଦେଶ ପାଳନ କରୁଛି ଅଟଳ ବିହାରି ବାଜପେୟୀ ଙ୍କ ଜନ୍ମ ଜୟନ୍ତୀ ବା ସୁଶାସନ ଦିବସ। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସ୍ଥିତ ନବଜୀବନ ଆଶ୍ରମ ଠାରେ ବୁଧବାର ଅପରାହ୍ନ ୨ ଟା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ସ୍ଵର୍ଗତ ଅଟଳ ବିହାରି ବାଜପାୟୀ ଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ପାଲିତ ହୋଇ ଯାଇଛି। ସ୍ଵର୍ଗତ ଅଟଳ ବିହାରି ବାଜପେୟୀ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଦେଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରିନସିପାଲ ଅଜୟ କୁମାର ମିଶ୍ର,ଆଇନଜୀବି ହର ଜିନ୍ଦର ସିଂ, ଆଶ୍ରମ ପରିଚାଳକ ରାମ ବିଳାସ ସାଗର ଓ ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ପରିଚାଳନା କରିଥିଲେ। ଏହି ଅବସରରେ ସମାଜସେବୀ ଶ୍ରୀ ଅଗ୍ରୱାଲ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଖାତା ଓ କଲମ ପ୍ରଦାନ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page