ଧର୍ମଗଡ଼, ୨୪:୧୨, (ଜନ୍ମେଜୟ ନାଏକଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଗତ ଡ଼ିସେମ୍ବର ୨୨ ତାରିଖରେ ଓଡ଼ିଶା ରାଜ୍ୟସ୍ତରୀୟ ଓ. ୟୁ. ଜେ ର ୫୩ତମପ୍ରତିଷ୍ଠାଉତ୍ସବରେ ସାମ୍ବାଦିକତା ,ସମାଜସେବା, ସାଂଗଠାନିକ ଓ ଦକ୍ଷତା ପାଇଁ ଓଡ଼ିଶା ୟୁନିଅନ ଅଫ ଜର୍ଣାଲିଷ୍ଟ ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନ ଠାରେ ଭାରତ ସରକାରଙ୍କର ମାନ୍ୟବର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସରକାରଙ୍କ ମାନ୍ୟବର ପୂର୍ତ୍ତ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥିରାଜ ହରିଚନ୍ଦନଙ୍କ ଉପସ୍ଥିତିରେ “ଓଡ଼ିଶା ଯୁବ ପ୍ରତିଭା”ସମ୍ମାନରେ ସମ୍ମାନିତ ହୋଇଥିଲେ ।। ପରେ ସେ ନିଜ ଗାଁ କୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ହଜାର ହଜାର ଅନୁଗାମୀ ତଥା

ଗୋଲାମୁଣ୍ଡା ବାସୀ ତରଫରୁ ଗୋଲାମୁଣ୍ଡା ଠାରୁ ପ୍ରାୟ ପାଞ୍ଚ କିଲୋମିଟର ଦୂର ଖଳିଆକାନି ଗ୍ରାମ ଠାରୁ ତାଙ୍କୁ ଭବ୍ୟ ସ୍ଵାଗତ ଜଣାଇବା ସହ ବାଜା, କୀର୍ତ୍ତନ, ଓ ନୃତ୍ୟର ତାଳେତାଳେ ଏକ ବିଶାଲ ରାଲୀ ମାଧ୍ୟମରେ ତାଙ୍କୁ ଆଣି ଶିବାଜୀ ଷ୍ଟାଡିୟମ୍ ଠାରେ ଏକତ୍ରିତ ହୋଇଥିଲେ । ଏହି ଉପଲକ୍ଷେ ଏକ ସଭା ଆୟୋଜନ କରଯାଇଥିଲା। ଏଥିରେ ସମ୍ମାନିତ ପ୍ରତିଭାବାନ ବ୍ୟକ୍ତି ବିନ୍ଦୁ ମହାନନ୍ଦ ଙ୍କୁ ମଞ୍ଚ ରେ ଆସନ ଅଳଙ୍କୃତ କରିଥିବା ବେଳେ ପୂର୍ବତନ ଜିଲ୍ଲାପରିଷଦ ବୃଷବ ନାଏକ, ମାନଝରୀ ଗ୍ରାମପଞ୍ଚାୟତ ସରପଞ୍ଚ ଜଗୁଜିବନ ଅଘ୍ରିଆ, ଉଦେଶୃଙ୍ଗ ସରପଂଚ ନାରାୟଣ ଅଘ୍ରିଆ,ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ,ଗଙ୍ଗାଧର ରାଉତ,ସରପଞ୍ଚ ଜୀମୂତ ବାହନ ହରପାଲ୍,ବରିଷ୍ଠ ସାମ୍ବାଦିକ ସୁଧୀର ସାହୁ,ଜଗଦୀଶ ତାଣ୍ଡି, ଜୟଦ୍ରଥ ମହାନନ୍ଦ ମଞ୍ଚାଷୀନ ରହି ତାଙ୍କର ସଫଳତା ଉପରେ ମତ ପ୍ରଦାନ କରିଥିବା ବେଳେ ଗଙ୍ଗା ବିଷ୍ଣୁ ମୁଣ୍ଡ ମଞ୍ଚ ପରିଚାଳନା କରିଥିଲେ।