ଗୋ ସୁରକ୍ଷା ଆଇନ ପାଇଁ ଗଣ ବିକ୍ଷୋଭ ଓ ଅନଶନ ସଭା

ଭୁବନେଶ୍ୱର: ସାରା ଓଡ଼ିଶା ତଥା ଦେଶରେ ଗୋ ମାତାର ସୁରକ୍ଷା ଦାବିରେ ଏକ ଗଣ ବିକ୍ଷୋଭ ଓ ଅନଶନ ଭୁବନେଶ୍ୱର ବିଧାନସଭା ସମ୍ମୁଖରେ କରାଯାଇଥିବା ଦେଖିବାକୁ ମିଳିଛି। ଦେଶରେ ଗୋ ମାତା ତଥା ଗୋରୁ ଗାଈଙ୍କୁ ହତ୍ୟା ଓ ଅବହେଳା କରାଯାଉଥିବା ସର୍ବଦା ଦେଖାଯାଉଥିବାରୁ ଏହାର ସୁରକ୍ଷା ଓ ସେବା ପାଇଁ ଆହ୍ୱାନ ଦିଆଯିବା ସହ ଗୋ ମାତାର ସୁରକ୍ଷା ପାଇଁ ଏକ ଦୃଢ଼ ଆଇନ

ପ୍ରଣୟନ କରାଯାଉ ବୋଲି ଗୋ ସୁରକ୍ଷା ଆଇନ ପ୍ରଣୟନ ଦାବି ନେଇ ଓଡ଼ିଶା ଗୌପୁତ୍ର ପରିବାର ପକ୍ଷରୁ ଆମରଣ ଅନଶନ କରାଯାଇଥିବା ଦେଖିବାକୁ ମିଳିଛି। ଗୋହତ୍ୟା ନିରୋଧନ ଓ ସଂରକ୍ଷଣ ବିଲ୍ ୨୦୨୪କୁ ତୁରନ୍ତ ପାରିତ କରିବା ପାଇଁ ଏହି ମଂଚରେ ଦାବି କରାଯାଇଛି। ଓଡ଼ିଶା ଗୌପୁତ୍ର ପରିବାର ପକ୍ଷରୁ ମୁଁ ବି ଚାହେଁ ଗୋ ମାତାର ସୁରକ୍ଷା ନାରା ଦେବା ସହ ଗୋ ମାତାର ସୁରକ୍ଷା ନେଇ ଏକ ୧୦୮ ହନୁମାନ ଚାଳିଶା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ବୋଲି ସୂଚନା ମିଳିଛି। ଅନଶନ କାର୍ଯ୍ୟକ୍ରମରେ ବହୁ ସଚେତକ ଯୁବକ ଏକାଠି ହୋଇ ମହାତ୍ମାଗାନ୍ଧିଙ୍କ ନାରା ଦେଇ ଦେଶରେ ଗୋ ସୁରକ୍ଷାକୁ ଦୃଢ଼ ଦାବି କରିଛନ୍ତି। ଏହି ଗୋ ସୁରକ୍ଷା ଆଇନ ସରକାର ନଆଣନ୍ତି ତେବେ ଆଗକୁ ଆହୁରି ଦୃଢ଼ ଆନ୍ଦୋଳନ କରାଯିବ ବୋଲି ଗୌପୁତ୍ର ପରିବାର ପକ୍ଷରୁ କୁହାଯାଇଛି।


ପ୍ରିୟବ୍ରତ ବାରିକଙ୍କ ରିପୋର୍ଟ ଉତ୍କଳ ବୁଲେଟିନ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page