ଭୁବନ: ସାମାଜିକ ଅନୁଷ୍ଠାନ ପକ୍ଷରୁ ଗ୍ରାମ ସଫେଇ ଅଭିଯାନ ଚାଲୁରହିଥିବାବେଳେ ଓଡ଼ିଶ ଗ୍ରାମରେ ଅନୁରୂପ ଭାବେ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ମନ୍ଦିର ସଫେଇ କାର୍ଯ୍ୟକ୍ରମ। ଏହି ସଫେଇ ଅଭିଯାନ ଅବସରରେ ଓଡ଼ିଶ ଗ୍ରାମର ଆରାଧଧ୍ୟା ଦେବୀ ମା’ ଚର୍ଚ୍ଚିକାଙ୍କ ପୀଠ ସଫେଇ କରାଯାଇଥିବା ଦେଖିବାକୁ ମିଳିଛି। ଗ୍ରାମରେ ଥିବା ଉତ୍କଳ ବୁଲେଟିନ୍ ର ସମସ୍ତ ସ୍ୱେଚ୍ଛାସେବୀମାନେ ଏକତ୍ରିତ ହୋଇ ମା’ ଚର୍ଚ୍ଚିକା ପୀଠର ଚତୁଃପାଶ୍ୱର୍ ସଫା କରାଯାଇଥିବା ଦେଖିବାକୁ ମିିଳିଛି। ସକାଳୁ ସ୍ୱେଚ୍ଛାସେବୀମାନେ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ପ୍ରଥମେ ମା’ଙ୍କ

ପ୍ରାଙ୍ଗଣ ସମ୍ମୁଖ ସଫା କରିବା ସହ ମନ୍ଦିର ଚତୁଃପାଶ୍ୱର୍ ସଫେଇ କରାଯାଇଥିବା ଏବଂ ଏହାସହ ବୃକ୍ଷରୋପଣ କରାଯାଇଥିଲା। ଏଥିରେ ସ୍ୱେଚ୍ଛାସେବୀ ବିକ୍ରମ ରଣା, ରଂଜନ କୁମାର ସେଠୀ, ବଂଟି ସେଠୀ, ଆଲୋକ ସେଠୀ, ସୌମ୍ୟରଂଜନ ବେହେରା, ବିଷ୍ଣୁ ସେଠୀ, ପଂଚାନନ ସେନାପତି, ମଳୟ ସେଠୀ, ଲୁଲୁ ସେଠୀ, ସିଲୁ ସେଠୀ, କୈଳାସ ବେହେରା, ଶ୍ରୀକାନ୍ତ ସେଠୀ, ଭାଗବତ ସେଠୀ, ବଳରାମ ସେନାପତି, ସୂର୍ଯ୍ୟ ପ୍ରକାଶ ସେନାପତି, ଶ୍ରୀଜିତ୍ ସେନାପତି, ସୌଭାଗ୍ୟ ସେନାପତି, ସୁଶାନ୍ତ ସେଠୀ, କାଳନ୍ଦୀ ସେନାପତି, କମଳ ସେଠୀ ପ୍ରମୁଖ। ବୃକ୍ଷ ହିଁ ଜୀବନ ନାରା ନେଇ ଏବେ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ ଅଭିଯାନ ଜାରି ରହିଛି। ଏହି ପରି ସାମାଜିକ କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି ବରିଷ୍ଠ ସ୍ୱେଚ୍ଛାସେବୀ ସତ୍ୟବାଦୀ ରଣା କହିଛନ୍ତି। ଆମେ ଆମ ପରିବେଶ ସ୍ୱଚ୍ଛ ରଖିଲେ ଆମେ ମଧ୍ୟ ସୁସ୍ଥ ରହିପାରିବା ବୋଲି ସାମ୍ବାଦିକ ତଥା ସମାଜସେବୀ ବିମଳ କୁମାର ରଣା ସୂଚନା ଦେଇଛନ୍ତି।