ଚିକିତ୍ସାଧିନ ଅବସ୍ଥାରେ ଅସହାୟ ସମାଜସେବୀ ବିକ୍ରମାଦିତ୍ୟ ବସ୍ତରାଇ

ଦାରିଙ୍ଗବାଡି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ର ଜଣେ ସମାଜ ସେବୀ ବିକ୍ରମ ବସ୍ତିରାଇ ଗତ କିଛି ଦିନ ହେବ ଅସହାୟ ଅବସ୍ଥାରେ ବ୍ରହ୍ମପୁର ବଡମେଡିକାଲ ରେ ଚିକିତ୍ସିତ ହେଉ ଥିବା ଖବର ହସ୍ତଗତ ହୋଇଛି। ବିଭିନ୍ନ ସାମାଜିକ କାର୍ଯ୍ୟ ରେ ସ୍ଵେଚ୍ଛାକୃତ ଭାବେ ନିଜକୁ ନିୟୋଜିତ କରି ଅଞ୍ଚଳ ର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକୁ ଆଗେଇ ନେବାରେ ବିଭିନ୍ନ ସଙ୍ଗଠନ ରେ ରହି ଦାୟିତ୍ଵ ତୁଲାଉ ଥିଲେ । ଅଞ୍ଚଳ ରେ ଶାନ୍ତି ବଜାୟ ରଖିବା କ୍ଷେତ୍ର ରେ ତାଙ୍କ ର ଭୂମିକା ଯଥେଷ୍ଟ ରହିଛି, ବର୍ତ୍ତମାନ ଆଞ୍ଚଳିକ ବ୍ଲକ ଗଠନ ଅଭିଯାନ କମିଟି ର ସଭାପତି ଦାୟିତ୍ୱ ତୁଲାଉ ଥିଲେ , ବିଭିନ୍ନ ସମୟରେ ବ୍ରାହ୍ମଣୀଗାଁ ବାଜାର ରେ ସଚେତନା ଜାଗ୍ରତ କରୁଥିବା ନଜିର ରହିଛି । ପରିବାର ରେ କେହି ରୋଜଗାର କ୍ଷମ ନଥିବା ବେଳେ ବ୍ୟାଙ୍କ ସମ୍ମୁଖ ରେ ତାଙ୍କର ଛୋଟିଆ ଏକ ଜେରକ୍ସ ଦୋକାନ ରହିଛି ଏବଂ ତାଙ୍କ ସ୍ତ୍ରୀ ସିଲେଇ ମେସିନ୍ ଚଳାଇ ସେଥିରୁ ଯାହା ରୋଜଗାର ହୁଏ ସେହି ସ୍ୱଳ୍ପ ଆୟରେ ସେ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ସହ ବହୁ କଷ୍ଟ ରେ ଧାର ଉଦ୍ଧାର କରି ପିଲା ମାନଙ୍କୁ ପାଠ ପଢ଼ାଇବା କୁ ଉଦ୍ୟମ ଜାରୀ ରଖିଥିଲେ। ଗତ ୨୪ ତାରିଖ ସକାଳୁ ଅଚାନକ ତାଙ୍କ ଦେହ ଅସୁସ୍ଥ ହୋଇ ଥିଲା ,ତାଙ୍କର ଗଳା ଓ ଜିହ୍ୱା ରେ ଯନ୍ତ୍ରଣା ଅନୁଭବ କରି ଖାଦ୍ୟ ଖାଇ ପାରୁ ନଥିବା ରୁ ପରିବାର ଲୋକେ ବଡ ମେଡ଼ିକାଲ ରେ ପହଞ୍ଚାଇ ଥିଲେ, ସେଠାରେ ଡାକ୍ତରୀ ପରୀକ୍ଷା ରୁ ସୁଗାର ଓ ହାଇ ବ୍ଲଡ ପ୍ରେସର୍ ରେ ଆକ୍ରାନ୍ତ ଥିବା ଜଣା ପଡ଼ିଛି ବୋଲି ପରିବାର ଲୋକେ କହିଛନ୍ତି। ଚିକିତ୍ସା ଚାଲିଛି ହେଲେ ବର୍ତ୍ତମାନ ଯାଏଁ ସେ ଖାଦ୍ୟ ଗ୍ରହଣ କରିପାରୁ ନଥିବା କହିଛନ୍ତି। ଅସହାୟ ଅବସ୍ଥା ରେ ସେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ତ୍ରୀ ଦୁହିତା , ସାନ ଭାଇ ହର୍ଷ ବର୍ଦ୍ଧନ ପାଖରେ ରହି ତାଙ୍କ ର ସେବା କରୁଥିବା ଜଣା ପଡ଼ିଛି। କେହି ସହୃଦୟ ବ୍ୟକ୍ତି ସହାୟତା ର ହାତ ବଢାଇଲେ ଚିକିତ୍ସା ରେ ଉପକୃତ ହେବେ ବୋଲି ପରିବାର ଲୋକେ ନିବେଦନ କରିଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page