ଚିଲିକା ଅଞ୍ଚଳର ବିଭିନ୍ନ ଦେବାଳୟ ମାନଙ୍କରେ ମକର ଉତ୍ସବ ପାଳିତ

ଚିଲିକା,୧୪।୧: ପ୍ରତିବର୍ଷ ପରି ଚଳିତ ବର୍ଷ ମକର ସଂକ୍ରାନ୍ତି ଉପଲକ୍ଷେ ଚିଲିକା ଅଂଚଳର ବିଭିନ୍ନ ଦେବାଳୟ ମାନଙ୍କରେ ପ୍ରାତଃ ସମୟରେ ମକର ଭୋଗ ହେବା ସହ ଶ୍ରଦ୍ଧାଳୁ ଭକ୍ତମାନଙ୍କର ଠାକୁର ଦର୍ଶନ ନିମନ୍ତେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା।ଏପରିକି ମକର ସଂକ୍ରାନ୍ତି ଉପଲକ୍ଷେ ବିଭିନ୍ନ ସ୍ଥାନରେ ଯାନିଯାତ୍ରା ଅନୁଷ୍ଠିତ ହୋଇଥିଲା।ସକାଳ ସମୟରେ ବଦପଦରସ୍ଥ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ଦେବ, ଶ୍ରୀଜଗନ୍ନାଥ ଦେବ, ଜଗତି ମହାବୀର ଓ ଶ୍ରୀରାମ ମନ୍ଦିରରେ ଠାକୁର ଦର୍ଶନ ନିମନ୍ତେ ପ୍ରବଳ ଭିଡ଼ ଲାଗିରହିିଥିଲା।ସେହିପରି ନାଚୁଣୀସ୍ଥ୍ ଶ୍ରୀରାମ ମନ୍ଦିର, ବଉଳାବନ୍ଧସ୍ଥ ଶ୍ରୀ ବାଲୁଙ୍କେଶ୍ବର ଦେବ, ଶ୍ରୀ ରଘୁନାଥ ଦେବ ଓ ଚିଲିକା କୁଳସ୍ଥ କାଳିଜାଈଙ୍କ ପୀଠରେ ମକର ଯାତ୍ରା ଅନୁଷ୍ଠିତ ହୋଇଥିଲା।ନଇରୀସ୍ଥ୍ ଶ୍ରୀ ହରିହରେଶ୍ୱର୍ ଦେବ ଓ ଚିଲିକା ମଧ୍ୟସ୍ଥ ଐତିହାସିକ କାଙ୍କଣ ଶିଖରି ଠାରେ ଥିବା ଚତୃଦ୍ଧା ମୃର୍ତ୍ତି ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ନିମନ୍ତେ ଶହ ଶହ ଭକ୍ତ ଚିଲିକା ଜଳରାଶିରେ ନୌକା ଦ୍ଵାରା ଯାଇ ଚତୃଦ୍ଧା ମୃର୍ତ୍ତିକୁ ଦର୍ଶନ କରି ଆଶ୍ରୀର୍ବାଦ ଭିକ୍ଷା କରିଥିଲେ।ହରିପୁରସ୍ଥ ଶ୍ରୀ ପ୍ରତାପେଶ୍ୱର ଦେବ, ହାଟ ବରଡି ଶ୍ରୀ ବାଲୁଙ୍କେଶ୍ବର ଦେବ, ଛୋଟରାୟପୁର ଶ୍ରୀ ଲୋକନାଥ ଦେବ, ରାହାଣବିଲିର ଶ୍ରୀ ସୋମନାଥ ଦେବ, ଜଗବନ୍ଧୁପୁରର ଶ୍ରୀ ବାଲୁଙ୍କେଶ୍ବର ଦେବ, ଗମ୍ଭାରୀମୁଣ୍ଡାର ଶ୍ରୀ ଆଖଣ୍ଡଳମଣି, ବରପାଟଣାର ଶ୍ରୀ ବାଙ୍କନିଧିଶ୍ୱର, ଲହଙ୍ଗାଡ଼ିର କଳିଯୁଗେଶ୍ୱର ଓ ହରିକୁଣ୍ଡ ବରଡିହର ଶ୍ରୀ ଗତିଶ୍ୱର ଦେବ ପ୍ରଭୁତି ମନ୍ଦିରରେ ମକର ସଂକ୍ରାନ୍ତି ଅନୁଷ୍ଠିତ ହୋଇଯାଇଅଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page