ଚିଲିକା ଉପଖଣ୍ଡ ଦାବୀ ଯୋର ଧରିଲା

ଚିଲିକା: ଚିଲିକା ଆଞ୍ଚଳିକ ବିକାଶ ପରିଷଦର ବୈଠକ କଉଡିଖଣିସ୍ଥ ଜଗତି ପାହାଡର ପାଦଦେଶରେ ଅବସ୍ଥିତ ଶ୍ରୀ ଶ୍ରୀ ଜଗତି ମହାବୀରଙ୍କ ମନ୍ଦିର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ପରିଷଦର ସଭାପତି ଆଡଭୋକେଟ ଦେବାଶିଷ ରଥଙ୍କ ପୌରୋହିତରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟତଃ ଚିଲିକା ବ୍ଳକ ନିକଟରେ ପ୍ରସ୍ତାବିତ ଉପଖଣ୍ଡ ସ୍ଥାପନକୁ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା|ବୈଠକରେ ଗଙ୍ଗାଧରପୁର ରେଳ ଷ୍ଟେସନରେ ପୁରୀ-ତିରୁପତି ଏକ୍ସପ୍ରେସର ରହଣୀ, ପ୍ଲାଟଫର୍ମର ନିର୍ମାଣ କାର୍ଯ୍ୟରେ ବିଳମ୍ବ ଜନିତ ପ୍ରକ୍ରିୟାକୁ ତ୍ଵରାନିତ କରିବା ପାଇଁ ମାନ୍ୟବର ପୁରୀ ସାଂସଦ ସମ୍ବିତ ପାତ୍ର ଓ ମାନ୍ୟବର ପୂର୍ତ୍ତ, ଅବ୍ୟକାରୀ ଓ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚ଼ନ୍ଦନଙ୍କ ଦୃଷ୍ଟି ଆକର୍ଷଣ ପାଇଁ ସର୍ବ ସମ୍ମତି କ୍ରମେ ପ୍ରସ୍ଥାବ ଗ୍ରହଣ କରାଯାଇଥିଲା।ଏଥି ସହିତ ନାଚୁଣୀ ନିକଟରେ ବାଣପୁର ବସ୍‌ଷ୍ଟାଣ୍ଡ ନାମ କରଣକୁ ନେଇ ସଭାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।ଚିଲିକା ବ୍ଳକ ପରିସରରେ ଯଥା ଶୀଘ୍ର ଉପନିବନ୍ଧକ କାର୍ଯ୍ୟାଳୟ ସ୍ଥାପନ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସଭାରେ ନିଷ୍ପତ୍ତି ଗ୍ରହଣ କରାଗଲା।ଭକ୍ତ ବୈଠକରେ ବିକାଶ ପରିଷଦର ପୂର୍ବତନ ସଂପାଦକ ଗୋଦାବରୀଶ ପ୍ରଧାନ, କୋଷାଧ୍ୟକ୍ଷ ଜୟ କୁମର ମିଶ୍ର, ବରିଷ୍ଠ ନାଗରିକ ସଂଘର ସଭାପତି ଅଶ୍ୱିନୀ କୁମାର ମହାପାତ୍ର, ଉପ- ସଭାପତି ମକରଧ୍ଵଜ ପଲେଇ, ସଂଗଠକ ହରିହର ମିଶ୍ର, ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ଦାଶ, ସାମ୍ବାଦିକ ଦିଲ୍ଲୀପ କୁମାର ଶତପଥୀ, ସାମ୍ବାଦିକ ଅଖିଳ କୁମାର ପଲେଇ, ସାମ୍ବାଦିକ ସୁକାନ୍ତ କୁମାର ନାୟକ,ସ୍କୃତି ରଞ୍ଜନ ମାନସିଂହ,ସମାଜସେବୀ ଆଲୋକ ଶତୃଶଲ୍ୟ,ରୁପକ କୁମାର ମହାନ୍ତି, ଖୋର୍ଦ୍ଧା ସମବାୟ ବ୍ୟାଙ୍କର ପୂର୍ବତନ ଡାଇରେକ୍ଟର ବିଭୁପ୍ରସାଦ ମହାପାତ୍ର,ଅଶୋକ କୁମାର ବରାଳ, ଦାଶରଥି ବଳବନ୍ତରାୟ,ସନ୍ତାପ କୁମାର ଶତପଥୀ, ରାମଚନ୍ଦ୍ର ଖୁଣ୍ଟିଆ, ଭବାନୀଶଙ୍କର ଦାଶ ଓ ଟୁଟୁ କିଶୋର ସାହୁ ସମେତ ପ୍ରାୟ ୩୨ଜଣ ସଭ୍ୟ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।ପରବର୍ତ୍ତୀ ବୈଠକ ନଭେମ୍ବର ମାସରେ ଅନୁଷ୍ଠିତ ହେବ ବୋଲି ବୈଠକରେ ସ୍ତିରୀକୃତ ହୋଇଥିଲା।

ଦିଲ୍ଲୀପ କୁମାର ଶତପଥୀ: ଚିଲିକା

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page