–ରତିକାନ୍ତ ଜେନା
ପ୍ରତି ମୁହୂର୍ତ୍ତରେ ଚେହେରା ବଦଳେ
ପ୍ରକୃତି ବଦଳେ ନାହିଁ.
ପ୍ରତି ମୁହୂର୍ତ୍ତରେ ଭରସା ବଦଳେ
ପ୍ରେମ କଲେ ଧୋକା ଖାଇ………..
ଯେମିତି ଆସୁଛି ଦିନ ପରେ ଦିନ
ରାତି ପରେ କେତେ ରାତି.
ଜହ୍ନର କିରଣ ଝରକା ଫାଙ୍କରେ
ଆଣିଦିଏ କିଛି ସ୍ମୃତି…………..
ମିଞ୍ଜି ମିଞ୍ଜି ତାରା ଯୋଉଠି ସେଇଠି
ନଦୀ ନାଳ ନଭ ସ୍ଥିର.
ମିଛେ ମିଛେ କେତେ ଆପଣା ଲାଗନ୍ତି
ବାସ୍ତବରେ ସବୁ ପର…………..
ପ୍ରତି ମୁହୂର୍ତ୍ତରେ ହୃଦୟ ବଦଳେ
ଅତୀତ ବଦଳେ ନାହିଁ.
ଟୁକୁଡା ସ୍ମୃତି କୁ ଭଙ୍ଗା ହୃଦୟରେ
ରଖିଛି ଜହର ପିଇ……………….
କିଛି କିଛି ସ୍ବପ୍ନ ହୁଏନାହିଁ ସତ
ଲୁହକୁ ଆଖିରେ ଭରି.
କିଛି ତ ମିଳେନା ମନ ଖୋଜେ ଯାହା
ଭାବି ଭାବି ଯାଏ ହାରି…………….
ଗୋଟିଏ ଚେହେରା ଭୁଲି ପାରୁନି
ପଢିନି ମୁଁ ତାର ମନ.
ସବୁ ଜାଣି ଶୁଣି ଅବୁଝା ମୁଁ ହୁଏ
କେମିତି ମାଗିବି ପ୍ରେମ……………
ବୁଝି ତ ହୁଏନା ସେଇ ହୃଦୟକୁ
ଭାଗ୍ୟରେ ଯିଏ ତୋ ନାହିଁ.
ଏଇ ଆଖି ଅଛି ସ୍ବପ୍ନ ବି ଦେଖୁଛି
ମରିଯିବି ଭଲପାଇ……………….
ଆଶା କିଛି ଅଛି ଭରସା ବି ଅଛି
କାଳେ ଉଇଁବ ସେ ଚାନ୍ଦ.
ମୋ ଆଖି ଲୁହକୁ ପଣତେ ପୋଛିବ
ରଖିବ ମୋ ଘରେ ପାଦ…………….
ପ୍ରତି ମୁହୂର୍ତ୍ତରେ ବିଶ୍ୱାସ ବଦଳେ
ନିଜର ନୁହେଁ ତୋ କେହି.
ସମ୍ପର୍କ ନିଜର ତୋଳେ ଛୋଟ ଘର
ବନ୍ଧନରେ ବାନ୍ଧି ହୋଇ……………..
କାଚ କାନ୍ଥ ପରି ସମ୍ପର୍କ ପ୍ରେମର
ଭାଙ୍ଗିଗଲେ ହେବ ଚୁନା.
ମନରେ ଆଘାତ ଯନ୍ତ୍ରଣାର ସ୍ରୋତ
ବଞ୍ଚିବିନି ତୁମ ବିନା……………

–ରତିକାନ୍ତ ଜେନା, ବିଲବଳରାମପୁର, କେନ୍ଦ୍ରାପଡ଼ା, 7077286580