ଛାତ୍ରଛାତ୍ରୀଙ୍କ ଗ୍ରାମ ପରିକ୍ରମା

ଭୁବନ: ଓଡ଼ିଶ ପଂଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଶିକ୍ଷା ସଚେତନ ପାଇଁ ପ୍ରବେଶ ଉତ୍ସବ ଉପଲକ୍ଷେ ଗ୍ରାମରେ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ। ଶିକ୍ଷକ ସୁବ୍ରତ ବିଶ୍ୱାଳ ଓ ସମାଜସେବୀ ସତ୍ୟବାଦୀ ରଣାଙ୍କ ସହାୟତାରେ ଏହି ଗ୍ରାମ ପରିକ୍ରମା ଉତ୍ସବ ଆୟୋଜନ କରାଯାଇଥିଲା। ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ତରଫରୁ ସାମ୍ବାଦିକ ତଥା ସମାଜସେବୀ ବିମଳ କୁମାର ରଣା ପିଲାମାନଙ୍କୁ ମିଠା ବାଂଟିଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ସହଯୋଗ କରିଥିବାବେଳେ ଏହିପରି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ମନରେ ଏକ ଉତ୍ସାହ ସୃଷ୍ଟି କରିପାରିବ ବୋଲି ପ୍ରଧାନ ଶିକ୍ଷକ ଏବଂ ସମାଜସେବୀ ବିମଳ ରଣା କହିଥିବାବେଳେ ଏହିପରି କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି ମଧ୍ୟ କହିଛନ୍ତି ସମାଜସେବୀ ସତ୍ୟବାଦୀ ରଣା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page