ଛାତ୍ରଛାତ୍ରୀଙ୍କ ସ୍କୁଲ ପୋଷାକ ଯୋଗାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ !

ଭବାନୀପାଟଣା, ୧୫/୦୪, ଉତ୍କଳବୁଲେଟିନ, (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଦୁଇ ସହ ରୁ ଉର୍ଦ୍ଧ୍ବ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ତିରିଶ ରୁ ଉର୍ଦ୍ଧ୍ୱ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନଙ୍କରେ ପ୍ରତିବର୍ଷ ସରକାର ହଜାର ହଜାର ବିଦ୍ୟାର୍ଥୀ ମାନଙ୍କ ନିମନ୍ତେ ୧୦୦୦ ଟଙ୍କା ସ୍କୁଲ ପୋଷାକ ଓ ଜୋତା ପାଇଁ ସରକାର ଖର୍ଚ୍ଚ କରିଥାନ୍ତି କିନ୍ତୁ କୋମଳମତି ଛାତ୍ର ଛାତ୍ରୀମାନଙ୍କ ସ୍କୁଲ ପୋଷାକ ଯୋଗାଣ ପାଇଁ ପଞ୍ଜୀକୃତ ଅସାଧୁ ବ୍ୟବସାୟୀମାନେ କୋମଳ ମତି ଛାତ୍ର ଛାତ୍ରୀ ମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ବାରୂମ୍ବାର ସାମ୍ନା କୁ ଆସୁଛି କାରଣ ସ୍କୁଲ ମାନଙ୍କରେ ପୋଷାକ ଯୋଗାଇବା ପାଇଁ

ରୁପ୍ରାରୋଡ ଗ୍ରାମର କିଛି ଅସାଧୁ ବ୍ୟବସାୟୀମାନେ ପ୍ରତିବର୍ଷ ନିମ୍ନ ମାନର ପୋଷାକଯୋଗାଇ ଵା ଓ ସରକାର ଙ୍କୁ ଟ୍ୟାକ୍ସ ଫାଙ୍କି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରି ଆସୁଥିବା ବିଭିନ୍ନ ସ୍କୁଲ ର ଛାତ୍ର ଅଭିଭାବକ ଓ ଶିକ୍ଷା ପରିଚାଳନା କମିଟି ମାନେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି ।କିନ୍ତୁ ଏଥି ପ୍ରତି କୌଣସି ବିଭାଗୀୟ ଅଧିକାରୀ ମାନେ କର୍ଣ୍ଣପାତ କରୁ ନ ଥିବା ବେଳ, ଓଲଟା ଶିକ୍ଷା ଅଧିକାରୀ ମାନେ ଏହି ଅସାଧୁ ବ୍ୟବସାୟୀ ମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଉଥିବା ଦେଖିବାକୁ ମିଳୁଛି । ସେହି କଳାବଜାରୀ ମାନଙ୍କ ପୋଷାକ ନ କିଣିଲେ ସଂପୃକ୍ତ ସ୍କୁଲ ର ପ୍ରଧାନ ଶିକ୍ଷକ ମାନଙ୍କ ଦରମା ବନ୍ଦ କରିଦିଆଯିବ ବୋଲି ମଧ୍ୟ ଧମକ ଦେଉଥିବା ଅଭିଯୋଗ ହୋଇଛି । ଏପରିକି ଏହି ଅସାଧୁ ବ୍ୟବସାୟୀ ମାନଙ୍କ ଠାରୁ ପୋଷାକ ନ କିଣି ନିଜ ନିଜ ସ୍କୁଲ ର ପୋଷାକ ସଂପୃକ୍ତ ସ୍କୁଲ ର ଶିକ୍ଷା ପରିଚାଳନା କମିଟି ମାନେ ନିଜେ କ୍ରୟ କରିବା ପାଇଁ ଆଗ୍ରହ ଥିଲେ ମଧ୍ୟ ବ୍ଲକ ଶିକ୍ଷ।ଧିକାରୀ ମହୋଦୟ ବାଧକ ସାଜୁଥିବା ଅନେକ ଶିକ୍ଷା ପରିଚାଳନା କମିଟି ଅଭିଯୋଗ ଆଣିଛନ୍ତି ।ଏଭଳିକି ରୁପ୍ରା ରୋଡ ଗ୍ରାମର ସିଦ୍ଧାର୍ଥ କ୍ଲଥ ଷ୍ଟୋର, ରାମାନୁଜ ଟ୍ରେଡର୍ସ, ମାଁ ମାଣିକେଶ୍ଵରୀ ଇଣ୍ଡଷ୍ଟ୍ରି, ଆଲୋକ କ୍ଲଥ ଷ୍ଟୋର, ,କମଲ NXT,ଏମ୍ /ଏସ୍ ଆଲୋକ କ୍ଲଥ ଷ୍ଟୋର ,ଏହି ସବୁ ଅସାଧୁ ବ୍ୟବସାୟୀଙ୍କ ସହ ନର୍ଲା ବ୍ଲକ ର ଜଣେ ପଦସ୍ଥ ବି.ଆର୍.ସି ସଲା ସୁତୁରା ହୋଇ ବିଭାଗ ପାଇଁ ମୋଟା ଅଙ୍କର ପିଶି ନେଇ ବାରମ୍ବାର ଦୁର୍ନୀତି ରେ ଲିପ୍ତ ଥିବା ଅଭିଯୋଗ ହୋଇ ଆସୁଥିବା ବ୍ୟବସାୟୀ ମାନଙ୍କୁ ପୂର୍ଣ୍ଣ ସହଯୋଗ କରୁଥିବା ଅଭିଯୋଗ ହୋଇଛି ।ଏହି ଦୁର୍ନୀତି ଗ୍ରସ୍ତ ଅଧିକାରୀ ଜଣକ ନର୍ଲା ବ୍ଲକର ବାସିନ୍ଦା ହୋଇଥିବାରୁ ଶିକ୍ଷା ବିଭାଗ ରେ ଛାତ୍ର ଛାତ୍ରୀ ଙ୍କୁ ଶୋଷଣ କରିବା ପାଇଁ ସହଜ ସାଧ୍ୟ ହେଉଥିବା କୁହାଯାଉଛି ।ଏଣୁ ଏହି ଅସାଧୁ ଅଧିକାରୀ ଓ ଦୁର୍ନୀତି ଗ୍ରସ୍ତ ବ୍ୟବସାୟୀ ଙ୍କ ବିରୋଧରେ ରାଜ୍ୟ ସରକାରଙ୍କ ଏକ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଶିକ୍ଷା ପରିଚାଳନା କମିଟି ର ସଦସ୍ୟମାନେ ଅଭିଯୋଗ ଆଣିଛନ୍ତି ।

ଭବାନୀପାଟଣାରୁ ଜଗନ୍ନାଥ ନାଏକ, ଉତ୍କଳବୁଲେଟିନ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page