ଚିଲିକା: ଶ୍ରୀ ସତ୍ୟସାଇ ସେବା ସଂଗଠନର ଖୋର୍ଦ୍ଧା ଜିଲ୍ଲା ସମ୍ମିଳନୀ ଜଟଣୀ ଠାରେ ୮ ଓ ୯ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଅଛି। ୮ତାରିଖ ପ୍ରଥମ ଦିବସରେ ସାଇ ଆଶ୍ରିତ ମାନଙ୍କ ଦ୍ଵାରା ଓଁ କାରମ୍, ସୁପ୍ରଭାତମ୍ ଓ ନଗର ସଂକୀର୍ତ୍ତନ କରାଯିବା ପରେ ପ୍ରଶାନ୍ତି ଦିବ୍ୟ ପତାକା ଉତ୍ତୋଳନ କରାଯାଇଥିଲା।ଏହାକୁ ଉତ୍ତୋଳନ କରିଥିଲେ ଜିଲ୍ଲା ସଭାପତି ଶ୍ରୀ ବ୍ରଜ ସୁନ୍ଦର ମିଶ୍ର।ଏହାପରେ ସମିତି ଗୃହରେ ଭଗବାନ ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ଉଦ୍ଦେଶ୍ୟରେ ଷୋଡ଼ଶ ଉପଚାରରେ ପୂଜା ଓ ତ୍ରୟୀରୁଦ୍ରମ୍ ଆବୃତ୍ତି ହେବା ପରେ ସମ୍ମିଳନୀରେ ଯୋଗ

ଦେଇଥିବା ସମସ୍ତ ଅପା ଭାଇ ମାନଙ୍କର ନାମ ପଞ୍ଜିକୃତ ହୋଇଥିଲା।ସାଇ ଆଶ୍ରିତ ମାନଙ୍କ ଦ୍ଵାରା ସତ୍ୟସାଇ ବାବାଙ୍କ ଭଜନ ଗାନ କରାଯାଇଥିଲା। ଭଜନ ପରେ ଜିଲ୍ଲା ସଭାପତି ଶ୍ରୀ ବ୍ରଜ ସୁନ୍ଦର ମିଶ୍ରଙ୍କ ସଭାପତିତ୍ବରେ ଏକ ବୈଠକ ହୋଇଥିଲା।ଏଥିରେ ଜିଲ୍ଲା ସଂଗଠନର ସମସ୍ତ ବିଭାଗର ସଂଯୋଜକ,ସମିତି ଓ ଭଜନ ମଣ୍ଡଳୀର ଆବାହକ ଯୋଗଦେଇ ସଂଗଠନ ଉପରେ ଆଲୋଚନା କରିବା ସହ ଆଗାମୀ ଦିନରେ ସଂଗଠନ ତରଫରୁ ଯେଉ ସବୁ କାର୍ଯ୍ୟକ୍ରମ ହେବ ତାହା ଉପରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରାଯାଇଥିଲା। ଦ୍ଵିତୀୟ ଦିବସର ପ୍ରାତଃ ସମୟରେ ଓଁ କାରାମ୍, ସୁପ୍ରଭାତମ୍ ଓ ନଗର ସଂକୀର୍ତ୍ତନ କରାଯିବା ପରେ ଜ୍ୟୋତି ଧ୍ୟାନ କରାଯାଇଥିଲା।ପୂର୍ବାହ୍ନରେ ଭଜନ କରାଯିବା ପରେ ଦିବ୍ୟଜ୍ୟୋତି ପ୍ରଜ୍ଜ୍ୱଳନ କରାଯିବା ସହ ବେଦ ପାଠ ଆବୃତ୍ତି କରାଯାଇଥିଲା। ଜିଲ୍ଲା ସଭାପତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଧ୍ୟାତ୍ମିକ ଆଲୋଚନା ଚକ୍ରରେ ରାଜ୍ୟ ଆଧ୍ୟାତ୍ମିକ ସଂଗଠକ ରମା ବଲ୍ଲଵ ମହାପାତ୍ର ଓ ରାଜ୍ୟ ‘ପାଦୁକା’ଯାତ୍ରା ସଂଗଠକ ସୁବ୍ରତ କୁମାର ରାଉତରାୟ।ସତ୍ୟସାଇ ସେବା ସଂଗଠନର ସମସ୍ତ ବିଭାଗର ଦାୟିତ୍ୱରେ ଥିବା ସଂଯୋଜକ,ସମିତି ଓ ଭଜନ ମଣ୍ଡଳୀ ଆବାହକ ମାନଙ୍କୁ ନେଇ ଦଳଗତ ଆଲୋଚନା ହୋଇଥିଲା। ଉକ୍ତ ସମ୍ମିଳନୀକୁ ଜିଲ୍ଲା ଶିକ୍ଷା ସଂଯୋଜକ ସୁରେଶ କୁମାର ସାହୁ ସଂଯୋଜନା କରିଥିବା ବେଳେ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ଜଟଣୀ ସମିତିର ଆବାହକ କେ.ରବି କିରଣ,ସି. ଏଚ.ସାଇ ପ୍ରସାଦ,ହେମନ୍ତ ଚନ୍ଦ୍ର ପଟ୍ଟନାୟକ,ସତ୍ୟବାଦୀ ଦୋରା, ସୌରୀ ବେହେରା,କେ.ପ୍ରକାଶ ରାଓ, ସୁବାଷ ପଟ୍ଟନାୟକ,ରୋଜା ପଟ୍ଟନାୟକ,ଶାରଦା ପଟ୍ଟନାୟକ ଓ ଟି.ସତ୍ୟା।ପରିଶେଷରେ ଭଗବାନ ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ପାଖରେ ମଙ୍ଗଳ ଆଳତି କରାଯାଇ ସମ୍ମିଳନୀକୁ ଉଦ୍ ଯାପିତ୍ କରାଯାଇଥିଲା।