ଜନଗଣନା ପାଇଁ ଡିଜିଟାଲ ତାଲିମ ପ୍ରଦାନ:ଦ୍ଵିତୀୟ ପର୍ଯ୍ୟାୟରେ ତାଲିମ ନେଲେ ୯୩ ଶିକ୍ଷକ

କଳାହାଣ୍ଡି,୨୧|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ ): ଆସନ୍ତା ୨୦୨୭ ସାଧାରଣ ନିର୍ବାଚନ କୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ଙ୍କ ନିର୍ଦେଶ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଗଣନା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଧର୍ମଗଡ ରେ ଜନଗଣନା ଅଧିକାରୀ ତଥା ଧର୍ମଗଡ ତହସିଲଦାର କୀର୍ତ୍ତି ଚନ୍ଦ୍ର ପଧାନ ଙ୍କ ତତ୍ୱାବଧାନ ରେ ତାଲିମ ଶିବିର ଗତ ୧୮ ତାରିଖ ଦିନ ରୁ ଆରମ୍ଭ ହୋଇ ୨୦ ତାରିଖ ରେ ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ଶନିବାର ଏହାର ଦ୍ଵିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ,ଅତିରିକ୍ତ ତହସିଲଦାର ସମ୍ପଦ ମାଝୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଶ୍ୱଜିତ ବେହେରା, ମାଷ୍ଟର ଟ୍ରେନର ତଥା ଅଧ୍ୟାପକ ଗଣପତି ବାଗ, ଅଧ୍ୟାପକ ସଂଜୀବ କୁମାର ମୁଣ୍ଡ, ସଦୟ ପ୍ରଧାନ,ରାଜେଶ ସାହୁ, କାର୍ତ୍ତିକ ଚନ୍ଦ୍ର ସାହୁ ସମେତ ଅନ୍ୟାନ୍ୟ ଅତିଥି ମଞ୍ଚାସିନ ହୋଇ ଡିଜିଟାଲ ମୋଡ଼ ରେ କିଭଳି ଭାବରେ ଜନଗଣନା କରାଯିବ ସେ ନେଇ ସୂଚନା ଦେଇଥିଲେ । ୨୦୧୧ ଜନଗଣନା ପରେ ପ୍ରଥମ ଥର ଏହା ଡିଜିଟାଲ ମୋଡ଼ ରେ କରାଯାଉଛି। ଏଥିରେ ନିୟୋଜିତ ହେବାକୁ ଥିବା ଗଣନାକାରି ଏବଂ ପର୍ଯ୍ୟବେକ୍ଷକଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ତାଲିମ ଦେବା କାର୍ଯ୍ୟକ୍ରମ ରହିଛି ବୋଲି ତହସିଲଦାର ଶ୍ରୀ ପଧାନ ସୂଚନା ଦେଇଛନ୍ତି। ଏହି ଶିବିରରେ ତହସିଲ କାର୍ଯ୍ୟାଳୟର ସେକ୍ସନ ଅଫିସର ରାମବିହାରୀ ମହାନନ୍ଦ, ହରିହର ମେହେର, ସୌରଭ ରାଉତ, ପ୍ରିୟଙ୍କା ମହାନ୍ତି, ଚନ୍ଦ୍ରକାନ୍ତ ଦୁରିଆ, ପ୍ରମୋଦ କୁମାର ମେହେର, ଦୟାନିଧି ନାଏକ ସମେତ ସମସ୍ତ ତହସିଲ କର୍ମଚାରୀ ସହଯୋଗ କରିଥିଲେ।

ପ୍ୟାରିଲାଲ ଦୁର୍ଗା
କଳାହାଣ୍ଡି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page