ଜନମଂଚ ପକ୍ଷରୁ ଉତ୍କଳ ଗୌରବ ଓ ଅନ୍ୟ ମହାପୁରୁଷଙ୍କ କର୍ମଭୂମୀ ପରିଦର୍ଶନ

ପଟ୍ଟାମୁଣ୍ଡାଇ/କେନ୍ଦ୍ରାପଡ଼ା/ଭୁବନେଶ୍ୱର: ବିଭିନ୍ନ ଜନ ସମସ୍ୟାକୁ ନେଇ ଜନମାନସରେ ଚର୍ଚ୍ଚିତ ସଂଗଠନ ଜନମଂଚ ପକ୍ଷରୁ ଆମ ପୂର୍ବସୂରୀ, ଆମ ପରଂପରା, ଆମ ଐତିହ୍ୟ ପରିଚିତ କାର୍ଯ୍ୟକ୍ରମରେ ଓଡ଼ିଆ ଅସ୍ମିତାର ଅପ୍ରତିମ ପ୍ରଣମ୍ୟ ପୁରୁଷ ଉତ୍କଳ ଗୌରବ କୂଳବୁଦ୍ଧ ମଧୂସୁଦନ ଦାସଙ୍କ ଜନ୍ମଭୂମି ସାଲେପୁରର ସତ୍ୟଭାମାପୁରଠାରୁ ମହାନ ତ୍ୟାଗୀ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀଙ୍କ କର୍ମଭୂମୀ ଯାଜପୁରର ବରୀ ଆଶ୍ରମ ଯାଏଁ ଏହାର ସଭ୍ୟସଭ୍ୟା ଓ ଶୁଭେଚ୍ଛୁମାନେ ଯାତ୍ରା କରି ପରିଦର୍ଶନ କରିଛନ୍ତି । ଜନମକ୍ଟକ୍ଟ୍ରର ଆବାହକ ଦୁର୍ଯେ୍ୟାଧନ ପରିଡ଼ାଙ୍କ ନେତୃତ୍ୱରେ ଏହି ସ୍ଥାନ ସହିତ ୧୯୪୨ ମସିହା ଭାରତ ଛାଡ଼ ଆନେ୍ଦାଳନର ସହୀଦ୍ ପୀଠ ବରୀର କଳାମାଟିଆ ତଥା କୃଷ୍ଣନଗରର ସହୀଦ୍ ସ୍ୱାଧୀନତା ସଂଗ୍ରାମୀ ସ୍ମୃତିପୀଠ କାଦମ୍ବିନୀ ପାଳନ ମହିଳା କଲେଜର କ୍ରୀଡ଼ା ଶିକ୍ଷକ ଡ. ସୁବାସିନୀ ତ୍ରିପାଠୀ ଓ ଶମ୍ଭୁନାଥ ତ୍ରିପାଠୀଙ୍କ ମାର୍ଗଦର୍ଶନରେ ବୁଲି ଦେଖିଥିଲେ । ସତ୍ୟଭାମାପୁର ଜନ୍ମପୀଠର ତତ୍ୱାବଧାରିକା ସନ୍ଧ୍ୟା ମଲ୍ଲିକ ଓ ବରୀ ଆଶ୍ରମର ସଂପାଦକ ରମାକାନ୍ତ ମଣ୍ଡଳଙ୍କ ସହ ଉଭୟ ଆଶ୍ରମର ଅନ୍ତେବାସୀମାନେ ଏଥିରେ ସକି୍ରୟ ସହଯୋଗ କରିଥିଲେ । ଆଶ୍ରମ କମିଟିର କାର୍ଯ୍ୟକାରୀ ସଭାପତି ଡ. ସୁବାସ ଚନ୍ଦ୍ର ବିଶ୍ୱାଳ ମଧ୍ୟ ସହଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭାଷାପ୍ରାଣ ତଥା ପୂଜ୍ୟପୂଜା ପ୍ରାଣ ରମେଶ ଚନ୍ଦ୍ର ପାତାଳସିଂହ, ଅଧ୍ୟାପକ ପ୍ରମୋଦ ଦାସ, ଶଶିଭୂଷଣ ଦାସ, କନକଲତା ନାୟକ, ବାବାଜୀ ଦାସ, ଅନ୍ତର୍ଯ୍ୟାମୀ ପରିଡ଼ାଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଖୋର୍ଦ୍ଧା ଓ ବାଲେଶ୍ୱର ଜିଲ୍ଲାରୁ ଯୋଗଦେଇଥିଲେ ବୋଲି ଜନମଂଚ ପକ୍ଷରୁ ଦୁର୍ଯେ୍ୟାଧନ ପରିଡ଼ା ପ୍ରକାଶ କରାଯାଇଛି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page