ଜନ ଅସନ୍ତୋଷରେ ପୈ।ର ଚିକିତ୍ସାଳୟ

୪୦ ମାସ ଧାରଣା ରେ ସେବା ପ୍ରତିନିଧି
ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରର ଅଧିବାସୀ ସ୍ଵାଧୀନତା ପୂର୍ବରୁ ସ୍ଵାସ୍ଥ୍ୟ କଥା ଚିନ୍ତାକରି ୧୯୪୬ ମସିହାରେ ମହାପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ଏକ ଚିକିତ୍ସାଳୟ ନିର୍ମାଣ କରିଥିଲେ। ପରେ ପୈ।ର ମହାନଗର ନିଗମ ସେହି ଚିକିତ୍ସାଳୟକୁ ନିଜ ହାତକୁ ନେଇ ସୁନାମଧନ୍ୟ ଚିକିତ୍ସକମାନଙ୍କୂ ଚିକିତ୍ସାଳୟରେ ରଖି ଜନସାଧାରଣଙ୍କ ଉପକାରରେ ଲଗାଇ ଏହାର ସୁନାମ ଶହେ କିଲୋମିଟର ଯାଏଁ ବୃଦ୍ଧି କରିଥିଲେ। ଦୁଃଖର ବିଷୟ, ଆର ଟି ଆଇ ତଥ୍ୟ କୁହେ ପୈ।ର ଚିକିତ୍ସାଳୟରେ ୪୧ ଡାକ୍ତର। ତାଙ୍କ ସ୍ଥାନରେ ନଅ ଜଣ ଡାକ୍ତର ବର୍ତ୍ତମାନ ଅଛନ୍ତି। ଗୋଟିଏ ପରେ ଗୋଟିଏ ବିଭାଗ ବନ୍ଦ ହେବାକୁ ଲାଗିଲାଣି। ଅନ୍ୟ ପଟେ ପୂର୍ବ ସୁନାମକୁ ପାଥେୟ କରି ଦୈନନ୍ଦିନ ୧୨୦୦-୧୫୦୦ ରୋଗୀ ପୈ।ର ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆସୁଛନ୍ତି। ଚିକିତ୍ସକ ନଥିବାରୁ ଅର୍ଥ ଓ ସମୟ ବରବାଦ କରି ଫେରୁଛନ୍ତି। ପୂର୍ବ ସରକାର ଓ ବର୍ତ୍ତମାନ ସରକାରଙ୍କ ଦୃଷ୍ଟିକୁ ନେଲେ ମଧ୍ୟ କୈ।ଣସି ସୁଫଳ ମିଳୁନାହିଁ।ଏଣୁ ଏହାର ପ୍ରତିକାର ପାଇଁ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ୪୦ ମାସ ଧରି ପୈ।ର ଚିକିତ୍ସାଳୟରେ ଶାନ୍ତି ପୂର୍ଣ୍ଣ ଧାରଣା ଦିଆ ଚାଲିଛି। ଯେପର୍ଯ୍ୟନ୍ତ ଏ କଥା ବିଚାର କରାନଯିବ ଧାରଣା, ଧାରଣା ସ୍ଥଳରେ ଦିଆଚାଲିବ ବୋଲି ଶ୍ରୀ ମିଶ୍ର ସରକାରଙ୍କୁ ଅବଗତ କରାଇଛନ୍ତି। ନାହିଁ ନାହିଁରେ ରାଜଧାନୀ ଚିକିତ୍ସାଳୟ, ନାହିଁ ନାହିଁରେ କର୍ମଚାରୀ, ନାହିଁ ନାହିଁରେ ଔଷଧ ଓ ଓଳିଏ ଖୋଲିଲେ ଆର ଓଳିକୁ ଚିକିତ୍ସାଳୟ ବନ୍ଦ କଙ୍କଡାକୁ ଗୋଳି ପାଣି ପରି ସୁହାଉଛି। ଏଠାରେ ଥିବା ଚିକିତ୍ସକଙ୍କୁ ଚିକିତ୍ସାଳୟ ଠିକ୍ ରଖିଛି। ସରକାର ଖୁସ୍ । ଆଜିର ଏହି ଧାରଣାରେ ପୀୟୂଷ ମହାନ୍ତି, ପ୍ରହଲ୍ଲାଦ ସାହୁ, ଗିରିଜା ଶଙ୍କର ମହାପାତ୍ର, ନାରାୟଣ ଖୁଣ୍ଟିଆ, ରୀନା ମହାନ୍ତି, ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ, ସ୍ନେହଲତା ମହାପାତ୍ର, ବର୍ଣ୍ଣମାଳା ପାତ୍ର, ଉର୍ମିଳା ଠାକୁର, ଦୁଃଖିଶ୍ୟାମ ବେହେରା ଓ ଅନେକ ସାମିଲ ହୋଇଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page