ଜାତୀୟସ୍ତରରେ ‘ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର’ ନୃତ୍ୟ ପରିବେଷଣ

ଭୁବନେଶ୍ୱର: ମହାରାଷ୍ଟ୍ର ର ପୁନେ ସ୍ଥିତ ଯାପୁର୍ଜା meuseum ଅଫ ଆର୍ଟ ଆଣ୍ଡ କଲ୍ଚର ଠାରେ, ଭୁବନେଶ୍ୱରର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ‘ନୃତ୍ୟନିପୁଣା’ର ନୃତ୍ୟାଙ୍ଗନା ମାନେ ନୃତ୍ୟ ପ୍ରଦର୍ଶନ କରିଛନ୍ତି। ଅନ୍ତର୍ଜାତୀୟ ନୃତ୍ୟ ଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଓଡିଶୀ ନୃତ୍ୟ ର ମଙ୍ଗଳାଚରଣ ରୁ ପରେ ପରେ ମାହାରୀ ନୃତ୍ୟ ପରିବେଷଣ ହୋଇଥିଲା , ଶେଷରେ ସମ୍ବଲପୁରୀ ନୃତ୍ୟ ରେ ରସରକେଲି, ଡାଲଖାଇ, ମହନି ଲଗିଛେ, ସମଲପୁରିଆ ଫୁଲ ଏଭଳି ଅନେକ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ଅନୁଷ୍ଠାନର ନୃତ୍ୟଗୁରୁ ଡଃ ପ୍ରିୟଙ୍କା ମିଶ୍ରଙ୍କ ପ୍ରଶିକ୍ଷଣରେ ଏହି ନୃତ୍ୟ କାର୍ଯ୍ୟକ୍ରମ ସଫଳ ହୋଇପାରିଥିଲା । ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ପ୍ରତିମା ମିଶ୍ର କହିଛନ୍ତି ଯେ, ଆମ ଓଡ଼ିଶାର କଳା, ସଂସ୍କୃତିକୁ ଆମେ ଶାସ୍ତ୍ରୀୟ ନୃତ୍ୟ ଏବଂ ଲୋକ ନୃତ୍ୟ ମାଧ୍ୟମରେ, ସାରା ଦେଶ ତଥା ବିଦେଶ ରେ ମଧ୍ୟ ପ୍ରଚାର ପ୍ରସାର କରିବା ପାଇଁ ସର୍ବଦା ପ୍ରୟାସ ଜାରି ରଖିଥିବୁ । ଅନୁଷ୍ଠାନର ଛାତ୍ରୀ ଅର୍ଚ୍ଚିତା ମାହାରୀ ନୃତ୍ୟ ପରିବେଷଣ କରିଥିଲେ । ଏହି ନୃତ୍ୟ କାର୍ଯ୍ୟକ୍ରମକୁ ସେଠାର ସ୍ଥାନୀୟ ବାସିନ୍ଦା ଭୁରି ଭୁରି ପ୍ରସଂଶା କରିଥିବା ସହିତ ସମସ୍ତେ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page