ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳିତ


(କାଳ ବୈଶାଖୀରେ ସେମାନଙ୍କ କାର୍ଯ୍ୟ ଉଚ୍ଚ ପ୍ରଶଂସନୀୟ)
ବେତନଟୀ: ବେତନଟୀ ଅଗ୍ନିଶମ ବିଭାଗ ପକ୍ଷରୁ ଏପ୍ରିଲ ୧୪ ରୁ ୨୦ ତାରିଖ ସପ୍ତାହେ ଧରି ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷରେ ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ସ୍କୁଲ, କଲେଜ ଓ ପେଟ୍ରୋଲ ପମ୍ପ ମାନଙ୍କରେ ବିଭିନ୍ନ ଧରଣର ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲେ। ସେହିପରି ବେତନଟୀ ଏମ ପି ସି ହାଇସ୍କୁଲ ପ୍ରଧାନଶିକ୍ଷକ ଅର୍ଜୁନ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବେତନଟୀ ଅଗ୍ନିଶମ ବିଭାଗ ଅଧିକାରୀ ସତ୍ୟବାଦୀ ପଲେଇଙ୍କ ସମେତ ଆଗ୍ନିକ ଜଗନ୍ନାଥ ଗିରି, ଆଗ୍ନିକ ଅଜୟ କୁମାର ସାହୁ, ଡ୍ରାଇଭର ଛବିଳ ବେହେରାଙ୍କ ସମେତ ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ବନ୍ୟା, ବାତ୍ୟା, କିମ୍ବା କଉଠି ନିଆଁ ଲାଗିଲେ, କିମ୍ବା କେହି ପାଣିରେ ବୁଡିଯାଉଥିଲେ, କିମ୍ବା କେହି  ସଡ଼କ ଦୁର୍ଘଟଣାର ଶିକାର ହେଲେ କିପରି ତାଙ୍କୁ ସୁରକ୍ଷା ଦିଆଯାଇପାରିବ ସେ ନେଇ ବିଭିନ୍ନ ମକଡ୍ରିଲର ଅଭ୍ୟାସ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମ୍ମୁଖରେ ପ୍ରଦର୍ଶନ କରିଥିଲେ। ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ଏପରି ସଚେତନତା କାର୍ଯ୍ୟକ୍ରମ ଶିକ୍ଷାନୁଷ୍ଠାନମାନଙ୍କରେ ଚାଲୁ ରହିବ ବୋଲି ଅଧିକାରୀ ସତ୍ୟବାଦୀ ପଲେଇ ସୂଚନା ଦେଇଥିଲେ। ତତସହିତ ଗତ କିଛି ଦିନ ରାଗିରହିଥିବା କାଳବୈଶାଖୀ ଝଡ ବାତ୍ୟାରେ ଚାରିପଟେ ଗଛଗୁଡିକ ଭାଙ୍ଗି ଗଡିଯାଇଥିବା ବେଳେ ଯୁଦ୍ଧକାଳୀନ ପରିସ୍ଥିତିରେ ସେ ସବୁ ଗଛକୁ କାଟି ସଫା କରିବାରେ ବେତନଟୀ ଅଗ୍ନିଶମ ବିଭାଗକୁ ବେତନଟୀରେ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page