ଜାତୀୟ ପଞ୍ଚାୟତ ଦିବସ ଅବସରରେ ନୂତନ ରାସନ କାର୍ଡର ଶୁଭାରମ୍ଭ

କଳାହାଣ୍ଡି,୨୪|୪(ପ୍ୟାରିଲାଲ ଦୁର୍ଗା): ଜାତୀୟ ପଞ୍ଚାୟତ ଦିବସ ଅବସରରେ ପ୍ରତି ଗ୍ରାମାଞ୍ଚଳ ର ଉନ୍ନତି ନିମନ୍ତେ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ, ଓଡିଶା ସରକାରଙ୍କ ଦ୍ୱାରା ଜାତୀୟ ପଞ୍ଚାୟତ ରାଜଦିବସ କୁ ପଞ୍ଚାୟତ, ବ୍ଲକ ଓ ରାଜ୍ୟସ୍ତରରେ ମହା ଆଡମ୍ବରରେ ପାଳନ କରାଯାଇଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପରିସରରେ ମଧ୍ୟ ବ୍ଲକ ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଛି lକୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ ଯୋଗ ଦେଇଥିଲେ l ବିଡିଓ ଡ଼. ମାଝୀ ପଞ୍ଚାୟତରାଜ ଦିବସର ଆଭିମୁଖ୍ୟ ଓ ପଞ୍ଚାୟତରାଜ ଦ୍ୱାରା ଗ୍ରାମାଞ୍ଚଳ ର ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା ବିଷୟରେ ନିଜର ଅଭିଭାଷଣ ରଖିଥିଲେ l ସମ୍ମାନିତ ଅତିଥି ଭାବରେ ସାଂସଦ ପ୍ରତିନିଧି ଦୁର୍ଗାପ୍ରସାଦ ପ୍ରଧାନୀ, ବିଧାୟକ ପ୍ରତିନିଧି ତ୍ରିନାଥ ଶବର ମଞ୍ଚାସିନ ଥିଲେ l ଶ୍ରୀ ଶବର ରାଜ୍ୟ ସରକାରଙ୍କ ପଞ୍ଚାୟତ ସ୍ତରରେ କାର୍ଯ୍ୟକାରୀ ହେଉଥିବା ଲୋକାଭିମୁଖୀ ଯୋଜନା ବିଷୟରେ ହିତାଧିକାରୀ ଙ୍କୁ ସୂଚନା ଦେଇଥିଲେ।ଏହି ଅବସରରେ କୃଷି ବିଭାଗ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ,ସ୍ୱାସ୍ଥ୍ୟ ବିଭାଗ, ଓଡିଶା ଜୀବିକା ମିଶନ ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟଲ ମାନ ପ୍ରଦର୍ଶିତ ହୋଇ ଅଧିକାରୀ ମାନେ ଲୋକଙ୍କୁ ସମସ୍ତ ଯୋଜନାର ସୁଫଳ ପାଇବା ପାଇଁ ସଚେତନ କରିଥିଲେ l ଏହି ଅବସରରେ କୋକସରା ବ୍ଲକ ଯୋଗାଣ ବିଭାଗ ପକ୍ଷରୁ ୫୯ ଜଣ ହିତାଧିକାରୀ ଙ୍କୁ ନୂତନ ରାସନ କାର୍ଡ ପ୍ରଦାନ କରାଯାଇଥିଲା lଉପସ୍ଥିତ ଜନପ୍ରତିନିଧି, ସ୍ୱୟଂ ସହାୟିକା ମହିଳା, ଏମବିକେ, ସିଆରପି, ଓ ହିତାଧିକାରୀ ମାନେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କ ଅଭିଭାଷଣ ଶୁଣିଥିଲେ l କାର୍ଯ୍ୟକ୍ରମ କୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ ବେହେରା ପରିଚାଳନା କରିଥିବା ବେଳେ, ବ୍ଲକ ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ, ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ ସମେତ ସମସ୍ତ ଯନ୍ତ୍ରୀ ଓ ବ୍ଲକ କର୍ମଚାରୀ ମାନେ ସହଯୋଗ କରିଥିଲେ l

କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page