ଭବାନୀପାଟଣା, ୩୧/୦୩, ଉତ୍କଳ ବୁଲେଟିନ (ଜଗନ୍ନାଥ ନାଏକ) : ରମଜାନ ମାସ ଶେଷ ହେବା ପରେ ଆସେ ଏକ ପବିତ୍ର ଦିବସ ଇଦୁଲ ଫିତର ଏଥିରେ ଇଦ-ର ଅର୍ଥ ଆନନ୍ଦ ଓ ଫିତର୍ ର ଅର୍ଥ ହେଉଛି ଅର୍ଥ ଦାନ ତେଣୁ ଏହାର ଅର୍ଥ ହେଉଛି ଦାନ ପରେ ମିଲୁ ଥିବା ଆନନ୍ଦ ଏହି ପରି ଜୁନାଗଡ ସହରରେ ମଧ୍ୟ ଆଜି ଇଦୁଲ-ଫିତର ର ନମାଜ ସକାଳ ୭:୩୦ ସମୟରେ ଜୁନାଗଡ ଇଦଗା ଠାରେ ପଢା ଗଲା ଏଠାରେ ନମାଜ ପାଠ ଇମାମ୍ ଅତାଉର୍ ରେହମାନ୍ ସାହାବ ପଢ଼ାଉଥିଲେ। ଏହି ସମୟରେ ଇଦଗା ନମାଜ ସମାପ୍ତି ପରେ ସମସ୍ତେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ ଜ୍ଞାପନ କରିଥିଲେ। ନମାଜ ସାରିଲା ପରେ ଚାରି ଆଡେ ଆନନ୍ଦ ର ବାତାବରଣ ଖେଳି ଯାଇଥିଲା ଏଠାରେ ଜୁନାଗଡ ର ମୁସଲିମ ସମାଜର ସଭାପତି ହାସନ ଖାନ ଓ ଉପ ସଭାପତି ରାଜା ହୁସେନ, କେଶିଆର ୟୁସୁଫ ପୋପଟିଆ, ସେକେଟ୍ରୀ ଅବଦୁଲ ୱାହିଡ ଏବଂ କମିଟି ଭାଇମାନେ ଫୈଜୁଲ ଖାନ, ମୋଇଁନ ଖାନ, ସଜବାଜ ଖାନ, ମୋଷିନ ଖାନ, ମୁନୱାର ଖାନ, ଦାଉଦ୍ ଖାନ, ହାଜି ଅବଦୁଲ୍ ହମିଦ, ଅବଦୁଲ୍ ମୋତିନ୍, ରଜବ ଅଲି, ହିଯାଜ୍ ଖାନ, ଭୋଲୁ ଖାନ, ଅମନ୍ ଖାନ, ଆସପାକ ମହମ୍ମଦ ଓ ଅନ୍ୟାନ୍ୟ ଭାଇମାନେ ଜୁନାଗଡ଼ ବାସୀଙ୍କୁ ଇଦୁଲ- ଫିତର୍ ମୁବରକ ଜଣାଇ ଥିଲେ ଏବଂ ଦେଶର ପ୍ରଗତି ଓ ସମଗ୍ର ଦେଶରେ ଶାନ୍ତି ଏବଂ ଭାଇଚାରା ବଜାୟ ରହୁ ବୋଲି ସମସ୍ତେ ପ୍ରାର୍ଥନା କରିଥିଲେ।

ଜଗନ୍ନାଥ ନାଏକ, ଉତ୍କଳ ବୁଲେଟିନ