ଜୁନାଗଡ ମହୋତ୍ସବରେ କବିତା ପାଠୋତ୍ସବ

ଧର୍ମଗଡ ୧୬/୨/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ):       ଜୁନାଗଡ଼ ର ଐତିହ, ସଂସ୍କୃତି, ପରମ୍ପରା, ଲୋକନୃତ୍ୟ, ଲୋକବାଦ୍ୟ ଓ ସଙ୍ଗୀତର ମହାପର୍ବ ଜୁନାଗଡ଼ ର ଅପୂର୍ବ ସମାବେଶ  ୨୦୨୫ ଜୁନାଗଡ଼ ଠାରେ ଚଳିତ ମାସ ୧୪ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ପାଳିତ ହୋଇଯାଇଛି। ଏହି ସମାବେଶରେ ଷୋହଳ ତାରିଖ ଶେଷ ଦିବସରେ ଜୁନାଗଡ ମୁଖ୍ୟ ଲଙ୍କେଶ୍ଵରୀ ମଞ୍ଚରେ ଜିଲ୍ଲା ସ୍ତରୀୟ କବିତା ପାଠୋତ୍ସବ ଆୟୋଜିତ ହୋଇଯାଇଛି।  ସଭାପତି ପ୍ରିୟବ୍ରତ ବାଣୁଆ ଙ୍କ ନେତୃତ୍ୟୁରେ ମୁଖ୍ୟ ଅତିଥି ଭାବେ  ସାହିତ୍ୟିକ , ପ୍ରାବନ୍ଧିକ, ପ୍ରାଧ୍ୟାପିକ ସତ୍ୟ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ଧର୍ମଗଡ ମହିଳା ଉଚ୍ଚ ବିଦ୍ୟାଳୟ ଇଂରାଜୀ ଅଧ୍ୟାପକ ବଙ୍କିମ ମୁଣ୍ଡ, ସତ୍ୟ ନାରାୟଣ ମହାପାତ୍ର ପୂର୍ବତନ ସାହିତ୍ୟ ଏକାଡେମୀ ସଦସ୍ୟ, ଉଦ୍ଧବ ଚରଣ ସାହୁ ସମାଜସେବୀ , କୈଳାଶ ଚନ୍ଦ୍ର ରାଉତ ବରିଷ୍ଠ ସାହିତ୍ୟିକ, କବି ଓ ଗାଳ୍ପିକ ସିମାଞ୍ଚଲ ନାଗ ଜୁନାଗଡ଼ ସାହିତ୍ୟ କମିଟି ସଦସ୍ୟ, ସତ୍ୟ ନାରାୟଣ ରାଜପୁତ , ସୁଧୀର ମେହେର  ମଞ୍ଚାଶିନ ଥିଲେ। ଏଥିରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଅନେକ କବି ଓ କବୟିତ୍ରୀ ଯୋଗଦେଇ ଥିବା ବେଳେ ଧର୍ମଗଡରୁ କବି ରାଜେଶ କୁମାର ମୁଣ୍ଡ, ମୋହନ କୁମାର ବିଶି, ପ୍ରିୟ ରଞ୍ଜନ ମୁଣ୍ଡ, ଲୋକନାଥ ବେହେରା ଗୋଲାମୁଣ୍ଡା ବ୍ଲକରୁ କବି, ସାମ୍ୱାଦିକ ଓ ଚିତ୍ରଶିଳ୍ପୀ ଜନ୍ମେଜୟ ନାଏକ, କବି ଓ କଳାକାର ଅନ୍ତର୍ଯ୍ୟାମୀ ସରାପ, ଶିକ୍ଷାବିତ, କବି ଓ ସମାଜ ସଂସ୍କାରକ କୁଞ୍ଜ ବିହାରି ପଟେଲ ଯୋଗଦାନ କରି ସ୍ବରଚିତ କବିତା ପାଠ କରିଥିଲେ। ହେମନ୍ତ ସାହୁ ଓ ପ୍ରେମଲାଲ ବାଗ ପ୍ରଥମ ପର୍ଯ୍ୟାୟରେ ସଂଯୋଜକ ଭାବରେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ରେ ସନ୍ତୋଷ କୁମାର ମେହେର ଓ ପ୍ରମୋଦ ଛତ୍ରିଆ ପରିଚାଳନା କରିଥିଲେ। ପଲ୍ଲବୀ ଦାସ ନିରଞ୍ଜନ ସାହାଣୀ , ଚନ୍ଦ୍ର ଶେଖର ସିଂ ପୂର୍ଣ୍ଣ ମାତ୍ରାରେ ସହ ଯୋଗ କରିଥିଲେ।  

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page