ଝାରମୁଣ୍ଡାରେ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ

ବଲାଙ୍ଗିର: ବଲାଙ୍ଗିର ଜିଲା ର ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ଏଥଲେଟିକ ଏସୋସିଏସନ୍ ପରିସରରେ ମହାନ୍ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ ସହ ମାଲ୍ୟାର୍ପଣ କରାଯାଇଥିଲା । ଏହି ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବା ସହିତ ଆଧୁନିକ ଓଡ଼ିଶା ନିର୍ମାଣରେ ବିଜୁ ପଟ୍ଟନାୟକଙ୍କ ଅବଦାନ ଉପରେ ଏକ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ଲୋଇସିଂହା ବିଜେଡି ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ବେହେରା, ବିଜେଡି ନେତା ଆକାଶ ମିଶ୍ର, ଲୋଇସିଂହା ବ୍ଲକ ସଭାପତି ହୃଦୟାନନ୍ଦ ବେହେରା, ଆଗଲପୁର ସଭାପତି ପଞ୍ଚୁ ପଧାନ, ଯୁବ ସଭାପତି ନାରାୟଣ ସାହୁ, ରାଜ୍ୟସଭା ସାଂସଦଙ୍କ ଆଗଲପୁର ବ୍ଲକ ପ୍ରତିନିଧି ଜୟନ୍ତ ବେହେରା, ୩୪ ନମ୍ବର ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି କୈଳାସ ବରିହା, ହୀରାପୁର ସରପଞ୍ଚ ରମାକାନ୍ତ ବିଶ୍ଵାଳ, ଲୋଇସିଂହା ସମିତି ମେମ୍ବର ସୁଶୀଲ ପାଣ୍ଡେ, ବିଜେଡି ନେତା ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦେଇ ବିଜୁବାବୁଙ୍କ ଆଧୁନିକ ଓଡ଼ିଶା ନିର୍ମାଣରେ ଅବଦାନ ଓ ତାଙ୍କରି ଆଦର୍ଶରେ ଓଡ଼ିଶାର ସମୃଦ୍ଧି ଉପରେ ଆଲୋଚନା କରିଥିଲେ । ଏହାସହ ଆଗାମୀ ଦିନରେ ଏକଜୁଟ ହୋଇ ବିଜୁବାବୁଙ୍କ ଆଦର୍ଶକୁ ନେଇ ପୁଣି ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନୋଜ ଧରୁଆ, ସୁଧାଂଶୁ ମହାକୁର, କାଳୀଚରଣ ବଗର୍ତ୍ତୀ, ଉଜ୍ଜକ ପଧାନ, ମୁକୁନ୍ଦ କୁମ୍ଭାର, ହେମାଳ ମେଶ୍ୱା, କାର୍ତ୍ତିକ, ଗୋକୁଳ ମେହେର, ବିନୋଦ ଧରୁଆ, ମଖନଲାଲ ଅଗ୍ରୱାଲ, ଶ୍ରୀମନ୍ତ ପଧାନ, ଅଶୋକ କଲେଟ, ଟିକେଲାଲ ବରିହାଙ୍କ ସମେତ ବହୁ ବିଜେଡି କର୍ମୀ ସାମିଲ ହୋଇଥିଲେ । ଏଥିରେ ବହୁ ସଂଖ୍ୟାରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋଇସିଂହା, ଆଗଲପୁର ଓ ପୁଇଁନ୍ତଲା ବ୍ଲକର ବିଜୁପ୍ରେମୀ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ଶ୍ୟାମ ସୁନ୍ଦର ମେହେର ସଂଯୋଜନା କରିଥିବା ବେଳେ ଲୋଇସିଂହା ବ୍ଲକ ଛାତ୍ର ବିଜେଡ଼ି ସଭାପତି ଫିରୋଜ ସତୁଆ ଧନ୍ୟବାଦ୍ ଅର୍ପଣ କରିଥିଲେ । ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page