ଟିପଗୁଡାରେ ନୂତନ ବ୍ଲକ ସ୍ଥାପନ ପାଇଁ ବାବା ପାରଦେଶ୍ୱର ମନ୍ଦିରରେ ପୂଜା କଲେ ମହିଳା

ଧର୍ମଗଡ଼,୪/୨(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବଡ଼ ପହିଲପାର ଅଞ୍ଚଳର କେନ୍ଦ୍ରସ୍ଥଳ ଟିପିଗୁଡା ଠାରେ ନୂତନ ବ୍ଲକ ସ୍ଥାପନ ପାଇଁ ଦାବୀ ଜୋର ଧରୁଥିବାବେଳେ ଟିପିଗୁଡା ଗ୍ରାମର ମହିଳା ମାନେ ବାବା ପାରଦେଶ୍ୱରଙ୍କ ସରଣାପନ୍ନ ହୋଇଛନ୍ତି l ଟିପିଗୁଡା ପଞ୍ଚାୟତର ନାଏବ ସରପଞ୍ଚ ଶ୍ରୀମତୀ ହେମକାନ୍ତି ନାଏକଙ୍କ ସହିତ ଏକାଧିକ ମହିଳା ଧର୍ମଗଡ଼ ସ୍ଥିତ ବାବା ପାରଦେଶ୍ୱର ଠାରେ ଆସି ପୂଜାର୍ଚନା କରିଥିବା ଦେଖିବାକୁ ମିଳିଛି l ଧର୍ମଗଡ଼ ବ୍ଲକ ଟିପିଗୁଡାକୁ ନୂତନ ବ୍ଲକ ଘୋଷଣା ପାଇଁ ଇତିମଧ୍ୟରେ ଉପଜିଲ୍ଲାପାଳ ଠାରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ଦିଆଯାଇଥିବା ବେଳେ ତାହାରି ସଫଳତା ଉଦେଶ୍ୟରେ ପାରଦେଶ୍ୱର ମନ୍ଦିରରେ ପୂଜାପାଠ କରାଯାଇଥିଲା l ନୂତନ ବ୍ଲକ ସ୍ଥାପନ ଆଶା ନେଇ କରାଯାଇଥିବା ପୂଜାପାଠରେ ନାଏବ ସରପଞ୍ଚ ଶ୍ରୀମତୀ ନାଏକ ଙ୍କ ସମେତ ବିମଳା ମାଝୀ, ସୁଶାନ୍ତି ନାଏକ, ରେବତୀ ନାଏକ, ସବିତା ନାଏକ, ଗଜମତି ନାଏକ, ହେମକାନ୍ତି ନାଏକ, ସୁମାଦ୍ରୀ ଦୁର୍ଗା, କୁମୁଦିନୀ ମାଝୀ, ବିଜୟୀ ତାଣ୍ଡି, ଜମ୍ବୁବତି ବାଗ, ଜ୍ୟୋସ୍ନା ନାଏକ, ଅଞ୍ଜଳି ନାଏକ ପ୍ରମୁଖ ସାମିଲ ଥିଲେ l ପୂଜକ ଉପେନ୍ଦ୍ର ମିଶ୍ର ଓ ପରେଶ ଠାକୁର ପୂଜାକାର୍ଯ୍ୟ ତୁଲାଇ ଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page