ଡଃ ବାବାସାହେବ ଅମ୍ବେଦକର ଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ପାଳିତ

ଧର୍ମଗଡ ୧୪/୪(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖମାରହଳଦୀ ଗ୍ରାମ ପଞ୍ଚାୟତ ସ୍ତରୀୟ ଖମାରାହଳଦୀ କ୍ଳବ୍ ଠାରେ ମାନବତାବାଦି ବିଚାରମଞ୍ଚ ତରଫରୁ ଭାରତ ରତ୍ନ ଡଃ ବାବାସାହେବ ଅମ୍ବେଦକରଙ୍କ ୧୩୪ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମାନବତାବାଦି ବିଚାର ମଞ୍ଚ ର ଉପଦେଷ୍ଟା ଅବସର ପ୍ରାପ୍ତ ଶିକ୍ଷକ ଅଭିମନ୍ୟୁ ନାଏକଙ୍କ ନେତୃତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମରେ ସୁବାଷ ନିଆଲ, ଦେବାର୍ଚନ ସେଠୀଆ, ଜନ୍ମେଜୟ ନାଏକ, ବେଣୁଧର ତାଣ୍ଡି, ବିଘ୍ନରାଜ ନିଆଳ, ଟଙ୍କଧର ତାଣ୍ଡି, ବିରୂପାକ୍ଷ ଦୀପ, ବଟ କୃଷ୍ଣ ତାଣ୍ଡି, ରାମ ନିଆଲ, ନୀଳାମ୍ବର ତାଣ୍ଡି, ନିଳାମ୍ବର ମାଝୀ, ଜିତେନ୍ ନାଏକ ଉପସ୍ଥିତ ଥିଲେ । କାର୍ଯ୍ଯକ୍ରମ ପୂର୍ବରୁ ସର୍ବ ପ୍ରଥମେ ବାବାସାହେବ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ପରେ ବାବାସାହେବଙ୍କ ଜୀବନୀ  ଏବଂ ନୀତି ଆଦର୍ଶ ଉପରେ ବିସ୍ତୃତ ଭାବରେ ଅତିଥି ମାନେ ଅଭିଭାଷଣ ରଖିଥିଲେ । ବିଚାର ମଞ୍ଚ ର ସଭାପତି ଅମର ସିଂ ନିଆଲ୍ କାର୍ଯକ୍ରମକୁ ପରିବେଷଣ କରିଥିବାବେଳେ ମଞ୍ଚ ଉପଦେଷ୍ଟା ଅଭିମନ୍ୟୁ ନାଏକ ଧନ୍ୟବାଦ ଜ୍ଞାପନ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page