ଡଃ ବାବାସାହେବ ଅମ୍ବେଦକର ଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ପାଳିତ

ଧର୍ମଗଡ ୧୪/୪(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖମାରହଳଦୀ ଗ୍ରାମ ପଞ୍ଚାୟତ ସ୍ତରୀୟ ଖମାରାହଳଦୀ କ୍ଳବ୍ ଠାରେ ମାନବତାବାଦି ବିଚାରମଞ୍ଚ ତରଫରୁ ଭାରତ ରତ୍ନ  ଡଃ ବାବାସାହେବ ଅମ୍ବେଦକର ଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମାନବତାବାଦି ବିଚାର ମଞ୍ଚ ର ଉପଦେଷ୍ଟା ଅବସର ପ୍ରାପ୍ତ ଶିକ୍ଷକ ଅଭିମନ୍ୟୁ ନାଏକ ଙ୍କ ନେତୃତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମରେ ସୁବାଷ ନିଆଲ ,ଦେବାର୍ଚନ ସେଠୀଆ, ଜନ୍ମେଜୟ ନାଏକ, ବେଣୁଧର ତାଣ୍ଡି, ବିଘ୍ନରାଜ ନିଆଳ, ଟଙ୍କଧର ତାଣ୍ଡି, ବିରୂପାକ୍ଷ ଦୀପ, ବଟ କୃଷ୍ଣ ତାଣ୍ଡି,ରାମ ନିଆଲ , ନୀଳାମ୍ବର ତାଣ୍ଡି, ନିଳାମ୍ବର ମାଝୀ , ଜିତେନ୍ ନାଏକ ଉପସ୍ଥିତ ଥିଲେ । କାର୍ଯ୍ଯକ୍ରମ ପୂର୍ବରୁ   ସର୍ବ ପ୍ରଥମେ ବାବାସାହେବ ଆମ୍ବେଦକର ଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ପରେ ବାବାସାହେବ ଙ୍କ ଜୀବନୀ  ଏବଂ ନୀତି ଆଦର୍ଶ  ଉପରେ ବିସ୍ତୃତ ଭାବରେ ଅତିଥି ମାନେ ଅଭିଭାଷଣ ରଖିଥିଲେ । ବିଚାର ମଞ୍ଚ ର ସଭାପତି ଅମର ସିଂ ନିଆଲ୍ କାର୍ଯକ୍ରମ କୁ ପରିବେଷଣ କରିଥିବା ବେଳେ ମଞ୍ଚ ଉପଦେଷ୍ଟା ଅଭିମନ୍ୟୁ ନାଏକ ଧନ୍ୟବାଦ ଜ୍ଞାପନ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page