ଡକ୍ଟର ତନ୍ମୟ ତ୍ରିପାଠୀଙ୍କ ଦ୍ବାରା ଜାତୀୟ କୃମି ନାଶକ ଦିବସ ପାଳିତ

ବାଳକାଟି: ପ୍ରତ୍ଯେକ ବର୍ଷପରି ଠିକ୍ ଫେବୃୟାରୀ ୧୦ତାରିଖକୁ ଜାତୀୟ କୃମିନାଶକ ଦୀବସ ରୂପେ ପାଳନ କରାଯାଇଆସୁଅଛି | ପ୍ରଥମେ +୩ ମହାବିଦ୍ଯାଳୟରେ ବାଳକାଟି ଗୋଷ୍ଠିସ୍ବାସ୍ଥ୍ଯ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡକ୍ଟର ତନ୍ମୟ ତ୍ରିପାଠୀଙ୍କ ଦ୍ବାରା ଶୁଭାରମ୍ଭ କରାଯାଇ ଉଭୟ ଛାତ୍ରଛାତ୍ରୀମାନଙ୍କର ବୟସଅନୁଯାୟୀ କୃମିନାଶକ ଔଷଧ ଏବଂ ସିରାଫ ସେବନ କରିବାପାଇଁ ଦିଆଯାଇଥିଲା | ଏହିପରି ଭାବେ ସମୁଦାୟ ୧୩୩ଜଣଙ୍କୁ ଔଷଧ ସେବନ କରିବାପାଇଁ ଦିଆଯାଇଥିଲା |ପରେପରେ କେତେକ ସରକାରୀ,ବେସରକାରୀ ବିଦ୍ଯାଳୟ, ମହାବିଦ୍ଯାଳୟ, ଅନ୍ଯ ସ୍ଥାନରୁ ଆସିଏଠାରେ କାମ କରୁଥିବା ଶ୍ରମିକ ଓ ସେମାନଙ୍କର ପିଲାମାନଙ୍କୁ ଏବଂ ଅଙ୍ଗନଓ୍ବାଡି କେନ୍ଦ୍ରରେ ବାଳକାଟି ଗୋଷ୍ଠିସ୍ବାସ୍ଥ୍ଯ କେନ୍ଦ୍ରର ସୁପରିଟେଣ୍ଡଣ୍ଡେ ତଥା ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡକ୍ଟର ତନ୍ମୟ ତ୍ରିପାଠୀ, ଜନସ୍ବାସ୍ଥ୍ଯ ଅଧିକାରୀ ସନ୍ତୋଷ କୁମାର ସେଠୀ,ସୁପରଭାଇଜର ମଲ୍ଲିକବାବୁ, ଏଲଏଚପି ଝୁନୁ ସେଠୀ, ଏନମ ଝୁନୁ ସ୍ବାଇଁ ଏବଂ ୨୨ଜଣ ସିଏଚଓ ବା କମ୍ଯୁନିଟି ସ୍ବାସ୍ଥ୍ଯ ଅଧିକାରୀଙ୍କ ଦ୍ବାରା ୨୨ଟି ସ୍ବାସ୍ଥ୍ଯକେନ୍ଦ୍ର ମାନଙ୍କରେ ଜାତୀୟ କୃମିନାଶକ ଦୀବସ ପାଳିତ ହୋଇଯାଇଥିଲା | ବାଳକାଟି ଗୋଷ୍ଠିସ୍ବାସ୍ଥ୍ଯ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡକ୍ଟର ତନ୍ମୟ ତ୍ରିପାଠୀ ଜାତୀୟ କୃମିନାଶକ ଦୀବସର ମୁଖ୍ଯ ଉଦେଶ୍ଯ କଣ ? କୃମିନାଶକ ଔଷଧ କାହିଁକି ସେବନ କରିବା ସେବିଷୟରେ କହିଥିଲେ ଯେ ୧୦ ଫେବୃଆରୀ ୨୦୨୪-ଜାତୀୟ କୃମି ନାଶକ ଦିବସ ‘କୃମି ସଂକ୍ରମଣରୁ ମୁକ୍ତ ପିଲାମାନେ ସ୍ବାସ୍ଥ୍ୟବାନ ହୁଅନ୍ତି ” ଜାଣନ୍ତି କି, ଆମ ଦେହରେ କୃମି କେଉଁ ପ୍ରଭାବ ପକାଏ ? ପୃଷ୍ଟିହୀନତା ଓ ରକ୍ତହୀନତା ଯୋଗୁଁ ସର୍ବଦା ଦୁର୍ବଳ ଅନୁଭବ ହୁଏ | ସେମାନଙ୍କର ମାନସିକ ଓ ଶାରୀରିକ ଅଭିବୃଦ୍ଧିରେ ବାଧାପ୍ରାପ୍ତ ହୁଏ | କୃମି ନିୟନ୍ତ୍ରଣର ଉପାୟ ଅତି ସହଜ ଓ ଯେଉଁମାନେ ଜାତୀୟ କୃମି ନାଶକ ଦିବସରେ ଔଷଧ ପାଇନଥିବେ, ସେମାନଙ୍କୁ ୧୭ ଫେବୃଆରୀ ୨୦୨୪ ଦିନ ନେଇପାରିବେ ବୋଲ ବୁଝାଇବୁଝାଇ ଡକ୍ଟର ତ୍ରିପାଠୀ କହିଥିଲେ |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News