ଭୁବନ: ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଘଟିଯାଇଛି ଦୁଃଖଦ ଘଟଣା। ଖବରରୁ ପ୍ରକାଶ ଯେ, ସାରା ରାଜ୍ୟରେ ଡାଇରିଆର ପ୍ରକୋପ ରହିଥିବାବେଳେ ଓଡ଼ିଶ ଗ୍ରାମରେ ମଧ୍ୟ ଦେଖିବାକୁ ମିଳିଛି ଡାଇରିଆ ଆକ୍ରାନ୍ତ। ବର୍ଷା ଦିନ ଚାଲିଥିବାବେଳେ ଗାଁରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା କାରଣରୁ ଡାଇରିଆ ସଂକ୍ରମଣ ହେଉଥିବା ଦେଖିବାକୁ ମିଳୁଛି। ଏହି ଡାଇରିଆ ଆକ୍ରାନ୍ତ କାରଣରୁ ଓଡ଼ିଶ ଗ୍ରାମରେ ଚାଲିଯାଇଛି ଜଣେ ମହିଳାଙ୍କ ଜୀବନ ଏବଂ ୩ଜଣ ଆକ୍ରାନ୍ତରେ ଗୁରୁତର ହୋଇ ଡାକ୍ତରକାନାରେ ଚିକିତ୍ସାଧିନ ରହିଥିବା ଜଣାପଡିଛି। ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି ଓଡ଼ିଶ ଗ୍ରାମର ମହାନ୍ତ ସାହିର ଭାବଗ୍ରାହୀ ମହାନ୍ତ (ବୁଲୁ ମହାନ୍ତ) ଙ୍କ ସ୍ତ୍ରୀ ବାସନ୍ତି ମହାନ୍ତ। ଉକ୍ତ ଗ୍ରାମରେ ଡାଇରିଆ ଆକ୍ରାନ୍ତ ଏବେ ଆତଙ୍କ ଖେଳାଇଦେଇଥିବାବେଳେ ରାଜ୍ୟ ସରକାର ତରଫରୁ ଲୋକମାନେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଡାଇରିଆ ସଂକ୍ରମଣ ରାଜ୍ୟରେ ରହିଥିବାବେଳେ ଗାଁଗଣ୍ଡାରେ ଏହି ସଂକ୍ରମଣ ଅଧିକା ଦେଖିବାକୁ ମିଳୁଛି। ବର୍ଷାଦିନେ ଖାଇବା ଓ ଦୂଷିତ ପାଣି ପିଇବା ଉପରେ ସଚେତ ରହିବାକୁ ସରକାର ମଧ୍ୟ ସଚେତନତା କରୁଛନ୍ତି।
ରିପୋର୍ଟ – ବିମଳ କୁମାର ରଣା, ଉତ୍କଳ ବୁଲେଟିନ