ବାଳକାଟୀ: ବାଳକାଟୀ ବ୍ଲକରେ ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ତନ୍ମୟ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜଳଛତ୍ର କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଏହାସହ ବ୍ଲକର ବହୁ ଉପାନ୍ତ ଏରିଆରେ ମଧ୍ୟ ଡ. ତନ୍ମୟ ତ୍ରିପାଠୀ ନିଜେ ବାଇକ୍ ଯୋଗେ ଯାଇ ଜଳଛତ୍ରର ଶୁଭାରମ୍ଭ କରିଥିବା ଦେଖିବାକୁ ମିଳିଛି । ଏହି ଜଳଛତ୍ର ପ୍ରଥମ କରି ବାଳକାଟୀ ବ୍ଲକ୍ରେ ଶୁଭାରମ୍ଭ କରାଯାଇଥିବାବେଳେ ଏହି ଜଳଛତ୍ର ସେବା କେନ୍ଦ୍ରର ଶୁଭାରମ୍ଭରେ ନିଜେ ଡାକ୍ତର ତନ୍ମୟ କୁମାର ତ୍ରିପାଠୀ ଉପସ୍ଥିତ ରହି ନିଜ ଖର୍ଚ୍ଚରେ ଦହି ସର୍ବତ ଲୋକମାନଙ୍କୁ ବଂଟନ କରିଥିବା ଦେଖିବାକୁ ମିଳିଥିଲା । ଏହି ଜଳଛତ୍ର ସେବା କାର୍ଯ୍ୟକ୍ରମରେ ପିଏଚଇଓ, ସ୍ୱାସ୍ଥ୍ୟକର୍ମୀ, ସମସ୍ତ ସୁପରଭାଇଜର, ଆଶା ଏବଂ ଅଙ୍ଗନବାଡ଼ି କର୍ମୀମାନେ ଉପସ୍ଥିତ ରହିଥିବାଦେଖିବାକୁ ମିଳିଛି । ଏହି ଜଳଛତ୍ର ଜୁନ୍ ମାସ ୧୫ ତାରିଖ ଯାଏ ଚାଲୁ ରହିବା ସହ ୨୦ ଲିଟର ବିଶିଷ୍ଟ ମାଟି ପାତ୍ରରେ ଜଳ ରଖାଯିବାର ବ୍ୟବସ୍ଥା କରାଯାଇଛି । ଏବଂ ଏହା ସହ କିପରି ମାଟି ପାତ୍ରରେ ଶୁଦ୍ଧ ଓ ସ୍ୱଚ୍ଛ ଜଳ ରଖାଯିବ ତା’ର ସମସ୍ତ ସୁବ୍ୟବସ୍ଥା କରାଯାଇଥିବା କହିଛନ୍ତି ଡାକ୍ତର ତନ୍ମୟ ତ୍ରିପାଠୀ । ୨୦ଟି ଉପକେନ୍ଦ୍ରରେ ଖୋଲାଯାଇଥିବା ଜଳଛତ୍ରର କିପରି ସୁପରିଚାଳନା

କରାଯିବ ସେଥିପାଇଁ ସେଠାକାର ସି.ଏଚ.ଓଙ୍କ ଦ୍ୱାରା ପରିଚାଳନା କରାଯାଉଥିବା ଜଣାପଡିଛି । ଏହି ଜଳଛତ୍ରଗୁଡ଼ିକ ପ୍ରାୟତଃ ଛାଇସ୍ଥାନ ଓ ନିଛାଟିଆ ଜାଗାରେ ଯେମିତିକି ଲୋକଟିଏ ଜଳକଷ୍ଟରୁ ବଂଚିତ ହୋଇପାରିବ ସେହିପରି ସ୍ଥାନରେ ଏହି ଜଳଛତ୍ରଗୁଡ଼ିକ ଶୁଭାରମ୍ଭ କରାଯାଇଥିବା କହିଛନ୍ତି ଡାକ୍ତର ତନ୍ମୟ ତ୍ରିପାଠୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଖରାଦିନମାନଙ୍କରେ ଲୋକମାନଙ୍କୁ କିପରି ଅଂଶୁଘାତରୁ ରକ୍ଷା କରାଯାଇପାରିବ ସେ ଦିଗରେ ସଂପୂର୍ଣ୍ଣ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଯେମିତିକି ଅଙ୍ଗନବାଡ଼ି ଦିଦି ଏବଂ ଆଶାକର୍ମୀମାନଙ୍କ

ଦ୍ୱାରା ଘର ଘର ବୁଲି ଲିଫଲେଟ୍ ବଂଟନ କରାଯିବା ଏବଂ ମାଇକ ମାଧ୍ୟମରେ ପ୍ରଚାର କରିବା ଏହାସହ ପୋଷ୍ଟର ମାଧ୍ୟମରେ ପ୍ରଚାର କରାଯିବା ଏବଂ ସ୍ୱାସ୍ଥ୍ୟକାନ୍ଥ ଜରିଆରେ ମଧ୍ୟ ଏହି ଅଂଶୁଘାତର ମୁକାବିଲା ଲୋକମାନେ କରିପାରିବେ ସେ ଦିଗରେ ସଚେତନତା କରାଯାଉଥିବା ସୂଚନା ଦେଇଛନ୍ତି । ଏହି ଅଂଶୁଘାତର ପ୍ରତିକାର ଲାଗି କେମିତି ଲୋକମାନଙ୍କୁ ସଚେତନତା କରିବା ସହ ଜଳସେବା କରିବେ ସେଥିପାଇଁ ଆଶା ଓ ଅଙ୍ଗନବାଡ଼ି କର୍ମୀ ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ମଧ୍ୟ ଟ୍ରେନିଂ ଦିଆଯାଇଥିବା କହିଛନ୍ତି ଡାକ୍ତର ତନ୍ମୟ ତ୍ରିପାଠୀ । ସେକ୍ରେଟାରୀ ଓ ଡିରେକ୍ଟରଙ୍କ ନିଦେ୍ର୍ଦଶକ୍ରମେ ଭୁବନେଶ୍ୱର କିମ୍ସ ଏବଂ ଚେନ୍ନାଇର ସେଂଟ୍ରାଲ ଟିମ୍ ଏହି ଜଳଛତ୍ର ଶୁଭାରମ୍ଭର ପରିଦର୍ଶନରେ ମଧ୍ୟ ଆସିଥିଲେ । ଏହାସହ ସେଂଟ୍ରାଲ୍ ଟିମ୍ର ସଦସ୍ୟମାନେ ଏହି ଜଳଛତ୍ର କାର୍ଯ୍ୟକ୍ରମର ସମସ୍ତ ବ୍ୟବସ୍ଥାକୁ ଦେଖି ଖୁବ୍ ଖୁସି ହୋଇଥିଲେ ଏବଂ ଏହାର ସୁବ୍ୟବସ୍ଥାପନାର ରିପୋର୍ଟ ପ୍ରଦାନ କରିଥିଲେ । ଡାକ୍ତର ତନ୍ମୟ ତ୍ରିପାଠୀ ନିଜ ଖର୍ଚ୍ଚରୁ ଦହି ସର୍ବତ ଲୋକମାନଙ୍କୁ ବଂଟନ କରିଥିବା ଏକ ମହତ୍ କାର୍ଯ୍ୟ । ଏହାସହ ନିଜର କାର୍ଯ୍ୟଦକ୍ଷତା ଯୋଗୁ ସେ ବାଳକାଟୀ ବ୍ଳକ୍ରେ ଜଣେ ସୁନାମଧନ୍ୟ ଡାକ୍ତର ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ।
ବୁ୍୍ୟରୋ ରିପୋର୍ଟ, ଉତ୍କଳ ବୁଲେଟିନ