କଳାହାଣ୍ଡି,୧୪|୨|୨୦୨୫(ପ୍ୟାରିଲାଲ ଦୁର୍ଗା): ଗତ ୧୩ ତାରିଖ ଗୁରୁବାର ଦିନ ସଂଧ୍ୟା ୭.୪୦ ସମୟରେ ତାଙ୍କ ବାସଭବନରେ ମୃତ୍ୟୁ ହେଇଯାଇଛି। ଅନ୍ତିମ ସମୟରେ ତାଙ୍କର ସମସ୍ତ ପରିବାର ଉପସ୍ଥିତ ଥିଲେ। ତାଙ୍କ ବଡପୁଅ ପୂର୍ବତନ ବ୍ଲକ ଅଧ୍ୟକ୍ଷ, ବର୍ତମାନ ମାନଝରୀ ପଞ୍ଚାୟତର ସମିତି ତୁଲେଶ୍ବର ନାଏକ ଏବଂ ସାନ ପୁଅ ତପେଶ୍ଵର ନାଏକ ମୁଖାଗ୍ନି ଅର୍ପଣ କରିଥିଲେ। ଶେଷ ଯାତ୍ରା ସମୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ ଉପସ୍ଥିତ ରହି ଅମର ଆତ୍ମାର ସଦ୍ଗତି ପାଇଁ ନିରବ ପ୍ରାର୍ଥନା କରିଥିଲେ। ତାଙ୍କ ବିୟୋଗ ବାର୍ତା ଶୁଣି କଳାହାଣ୍ଡି ଜିଲ୍ଲା, ନୂଆ ପଡା ଜିଲ୍ଲା, ଛତିଶଗଡ଼, ବଲାଙ୍ଗୀର ଜିଲ୍ଲା ର ବହୁତ ଲୋକ ଉପସ୍ଥିତ ହେଵା ସହିତ ଏହି ଅଞ୍ଚଳ ର

ଲୋକଙ୍କ ମହଳରେ ଶୋକର ଛାୟା ଖେଳିଯାଇଛି।ସେ ଏକା ଧାରାରେ ସମାଜ ସେବୀ, ସମାଜ ସଂସ୍କାରକଥିଲେ।ସେ ମହାଲିଙ୍ଗ ହାଇସ୍କୁଲରେ ପିଅନ ଚାକିରି ର କର୍ମମୟ ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ତାଙ୍କର ସମାଜସେବା ଵଳରେ ଗୋଲାମୁଣ୍ଡା ବ୍ଲକ ର ଅଧ୍ୟକ୍ଷ ହେଇଥିଲେ।ସେ ପିଅନ ଥିବା ସମୟରେ ଗ୍ରାମର ଲାଖଡୋଙ୍ଗରୀ ଜଂଗଲ ରକ୍ଷା କରି ୧୯୯୭ ମସିହାରେ ଜଗନ୍ନାଥ ସେନା ଗଠନ କରି ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ତାହା ତାଙ୍କ ବ୍ଲକ ଅଧ୍ୟକ୍ଷ ଥିବା ସମୟରେ ୨୦୦୬ ମାର୍ଛ ମାସ ୧୮ ତାରିଖ ରେ ପୁରୀ ଗଜପତି ମହାରାଜାଙ୍କ ଦିବ୍ୟସିଂହ ଦେବ , ପୁରୋହିତ ସୂର୍ଯ୍ୟ ନାରାୟଣ ରଥଶର୍ମାଙ୍କ କରକମଳରେ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଦୀର୍ଘ ଦିନ ଧରି ସେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ସମାଜ ସେବା, ନାଟକ ପରିବେଷଣ, କୀର୍ତ୍ତନ କରି ତୁମୁରା ଗ୍ରାମକୁ ଏକତ୍ରିତ କରିଥିଲେ। ତାଙ୍କ ପରି ଜଣେ ଯୁଗାନ୍ତକାରୀ ପୁରୁଷ ପାଇବା ଦୁର୍ଲଭ।ସେ ବୟସରେ ବୃଦ୍ଧ କିନ୍ତୁ ସବୁବେଳେ ଯୁବକମାନଙ୍କୁ ନେଇ ମନ ଅନେକ ସମୟରେ ତୁମୁରା ଗ୍ରାମର ଉନ୍ନତି ପାଇଁ ଚେଷ୍ଟା କରୁଥିଲେ। ତାଙ୍କ ଭଳି ଯୁଗାନ୍ତକାରୀ ପୁରୁଷକୁ ହରାଇ ତୁମୁରା ଗ୍ରାମରେ ଶୋକରଛାୟା ଖେଳି ଯାଇଛି। ଅନ୍ତିମ ଯାତ୍ରା ସମୟରେ ସମାଜ ସେବୀ ଶ୍ୟାମସୁନ୍ଦର ଅଗ୍ରୱାଲା ଉପସ୍ଥିତ ରହି ପରିବାରର ସମସ୍ତ ସଦସ୍ୟ ମାନଙ୍କୁ ସାନ୍ତ୍ଵନା ଦେଇଥିଲେ ।ସେହିପରି ଜନ କଲ୍ୟାଣ ସମିତିର ସମ୍ପାଦକ ଶ୍ରୀଯୁକ୍ତ ଗଜିନ୍ଦ୍ର ନାଏକ, ସହ ସମ୍ପାଦକ ଜଗଦୀଶ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଅମର ନାଏକ ଉପସ୍ଥିତ ଥିଲେ। ବିଭିନ୍ନ ବର୍ଗର ସମାଜ ସେବୀ, ରାଜନୈତିଜ୍ଞ, ସିଦ୍ଧି ଶ୍ରୀକ୍ଷେତ୍ର ସେବକମାନେ, ଗ୍ରାମର ଅନେକ ଯୁବକ ଶେଷ ଯାତ୍ରା ସମୟରେ ଉପସ୍ଥିତ ରହି ଅମର ଆତ୍ମାର ସଦ୍ଗତି ପାଇଁ କାମନା କରିଥିଲେ।