ତୁରେକେଲା ବ୍ଲକ ଥାନା ଅଞ୍ଚଳରେ ନାବାଳକ ବାଇକ ଚାଳକଙ୍କ ସଂଖ୍ୟା ସର୍ବାଧିକ: ପ୍ରତିଦିନ ଘଟୁଛି ଦୁର୍ଘଟଣା ପୋଲିସ ଚେକିଂ ଓ ପାଟ୍ରୋଲିଂ କଡାକଡୀ ଦାବୀ

ବଲାଙ୍ଗିର: ନିଶାକ୍ତ ଚାଳକ ଓ ଲାଇସେନ୍ସନ ଥିବା ବାଇକ ଚାଳକଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ ବଲାଙ୍ଗିର, ବଲାଙ୍ଗିର ଜିଲା ର ତୁରେକେଲା ଥାନା ଅଂଚଳରେ ଦିନକୁ ଦିନ ଘଟୁଛି ଦୁର୍ଘଟଣା । ପୁଲିସ ଚେକିଂ ଓ ପାଟ୍ରୋଲିଂ ଶୁନ, ମଦ୍ୟପ ଗାଡିଚାଳକ ସହ ନାବାଳକ ବାଇକ ଚାଳକଙ୍କ ସଂଖ୍ୟା ସର୍ବାଧିକ ଯେଉଁଥି ପାଇଁ ଦିନକୁ ଦିନ ବଢୁଛି ଦୁର୍ଘଟଣା, ୧୩/୧୪ବର୍ଷରୁ ଛୋଟ ପିଲା ଠୁ ନେଇକି ୬୦ବର୍ଷ ବୁଢା ପର୍ଯ୍ୟନ୍ତ ମଦ ପିଇ ବାଇକ ଚଳାଉଥିବା ହେତୁ ବାରମ୍ବାର ବାଇକ ଓ ଚାରି ଚକିଆ ରାସ୍ତାରେ ଦୁର୍ଘଟଣା ଘଟୁଛି, ଯେଉଁଥି ପାଇଁ ଅନେକ ନିରୀହଙ୍କ ମଧ୍ୟ ଜୀବନ ମଧ୍ୟ ଚାଲି ଯାଉଛି । ବିନା ହେଲମେଟ ଓ ବିନା ଗାଡି ନମ୍ବରରେ ମଧ୍ୟ ଏହି ଅଂଚଳରେ ବାଇକ ଚାଲୁଥିବା ଦେଖିବାକୁ ମିଳୁଛି । ଯେତିକି ପରିମାଣରେ ବାଇକ ଦୁର୍ଘଟଣା ହେଉଛି ଜାହାପାଇଁ ଅନେକ ଲୋକ ମଧ୍ୟ ବାଦ ପଡି ପାରୁ ନାହାନ୍ତି । ତୁରେକେଲା ଥାନା ଅଂଚଳରେ ପୋଲିସ ର ଚେକିଂ କିମ୍ବା ପାଟ୍ରୋଲିଂ ସେତିକି ଅନୁପାତରେ ହୋଇ ପାରୁନାହିଁ । ମଦ କାର୍ବାର ସାଙ୍ଗକୁ ଅସମାଜିକ ଅଡ୍ଡା ସ୍ଥଳୀ ପାଲଟିଯାଇଛି ତୁରେକେଲା ଅଂଚଳ, ତେବେ ଅବଟୁଆ ଯୁବ ସମାଜକୁ ପୋଲିସ ସବାଡ଼ କରି ମୁଖ୍ୟ ସ୍ରୋତକୁ ଆଣିବାକୁ ମଧ୍ୟ ସାଧାରଣରେ ଚର୍ଚା ହେଉଛି । ଛୋଟ ଛୋଟ କଥାରେ ଚାଳକ ମାନେ ରାଗି ଯାଇ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଛତ୍ରଛାୟାକୁ ଏକ ଅସ୍ତ୍ର ଭଳି ଆପଣାଇଛନ୍ତି , ଯା ପାଇଁ ପୋଲିସର କାର୍ଯ ନୁଷ୍ଠାନ ଶନ୍ ହୋଇ ଯାଉଛି, ତେବେ ଏଥି ପ୍ରତି ଜିଲ୍ଲା ପ୍ରସାଶନ୍ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ କରାଯାଉଛି ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page