ତେନ୍ତୁଳି ଗଛ ଭାଙ୍ଗିଲା ଦୁଇ ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ଦାରିଙ୍ଗବାଡି : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ର କାଟିଙ୍ଗିଆ ରେ ଘଟିଛି ଏକ ଅଭାବନୀୟ ଘଟଣା, ସୋମବାର ବିଳମ୍ବିତ ରାତ୍ରୀରେ ବିରାଟକାୟ ତେନ୍ତୁଳି ଗଛ ପଡ଼ି ଦୁଇଟି ଘର ଭାଙ୍ଗି ନଷ୍ଟ ହୋଇ ଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଘରେ ରହି ଥିବା ଲୋକେ। ସୂଚନା ଅନୁଯାୟୀ ତୁମ୍ବେଶ୍ୱର ଦଳବେହେରାଙ୍କ ବାରିପଟ ଥିବା ଏକ ବିଶାଳ କାୟ ପୁରୁଣା ତେନ୍ତୁଳି ଗଛ ରେ ନିଆଁ ଲାଗି ଯାଇଥିଲା, ସମସ୍ତେ ଖାଇ ପିଇ ଶୋଇ ଥିବା ସମୟରେ ବିଳମ୍ବିତ ରାତ୍ରୀ ରେ ହଠାତ୍ ଗଛଟି ପଡି ଯିବାରୁ ପଡ଼ିଶା ରେ ଥିବା ଉଲାସି ପାଇକ ଓ ବର୍ଜିଆ ପାତ୍ର ଙ୍କ ଘର ଉପରେ ପଡ଼ି ଉଭୟ ଘର ର ରୋଷେଇ ଘର ସମ୍ପୂର୍ଣ୍ଣ ଭାଙ୍ଗି ରୁଜି ଘରର ଆସବାପତ୍ର, ଘରୋଇ ଉପକରଣ ଗୁଡ଼ିକ ନଷ୍ଟ ହୋଇ ଥିବା ଜଣା ପଡ଼ିଛି ଭାଗ୍ୟ ବଶତଃ ଘରେ ଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣା ପଡ଼ିଛି। ଏନେଇ ଉଷାବତୀ ପାତ୍ର ବ୍ରାହ୍ମଣୀଗାଁ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଆଇ ଆଇ ସି ବିଜୟ କୁମାର ହାଇବୁରୁ , ଏ ଏସ ଆଇ ରମାକାନ୍ତ ସେଠୀଙ୍କ ସମେତ ପୋଲିସ ବାହିନୀ ଘଟଣା ସ୍ଥଳ ରେ ପହଞ୍ଚି ବନବିଭାଗ ର ସହାୟତାରେ ଉକ୍ତ ଗଛ କୁ ହଟେଇବା ବ୍ୟବସ୍ଥା କରିଥିବା ବେଳେ ଥାନା କେଶ ନଂ ୪୫/୨୫ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରୀ ରଖିଥିବା ନେଇ ଏ ଏସ ଆଇ ଶ୍ରୀ ସେଠୀ ସୂଚନା ଦେଇଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page