ଥାନାକୁ ପାଇଲାନି ଭରସା ଖଟବିଦ୍ୟା ର ଆଶ୍ରୟ ନେଲେ ଦମ୍ପତ୍ତି

କନ୍ଧମାଳ: କନ୍ଧମାଳ ଜିଲ୍ଲା କନୂଆଗାଁ ବ୍ଳକ ସିର୍ତିଗୁଡା ପଞ୍ଚାୟତର ସ୍ବଣ୍ଣପୁର ଗ୍ରାମରେ ବୁଲୁଛି ଖଟଦେବତା । ଆଜିବି ମଣିଷ ବିଜ୍ଞାନକୁ ଛାଡି ଅନ୍ଧ ବିଶ୍ବାସର ବସବତ୍ତୀ ହୋଇ ବିଶ୍ବାସ କରୁଛି ଗୁଣିଗାରେଡି,ତନ୍ତ୍ର,ମନ୍ତ୍ର,ଖଟଦେବତା ଉପରେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କନୂଆଗାଁ ଥାନା ଅଞ୍ଚଳରେ ।ଖବର ପ୍ରକାରେ କନୂଆଗାଁ ଥାନା ସିତ୍ତିଗୁଡା ପଞ୍ଚାୟତ ସ୍ବଣ୍ଣପୁର ଗ୍ରାମର ବ୍ୟବସାୟୀ ନବକିଶୋର ସାହୁ ଙ୍କ ପତ୍ନି ଦୀପ୍ତିମୟୀ ସାହୁଙ୍କ ତିନିଲକ୍ଷ ଟଙ୍କାର ସୁନା ହାର ଚୋରୀ ହୋଇଥିବା କନୂଆଗାଁ ଥାନାରେ ଏତଲା ଦେଇଥିଲା । ଏତଲା ପ୍ରକାରେ କନୂଆଗାଁ ଥାନା ଅଧିକାରୀ ଘଟଣା ସ୍ଥଳକୁ ଯାଇ ସଂନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ କରିଥିଲେ ।କିନ୍ତୁୁ ସୁନାହାର ଖୋଜିବାରେ ପୋଲିସର ତଦନ୍ତ ରେ ଶିଥିଳତା ପଡିଯାଇଥିଲା । ବାରମ୍ବାର ଥାନାର ଦ୍ବାରସ୍ତ ହୋଇ ବିଫଳ ହେବା ପରେ ଆଇନର ଭରସା ହରାଇ ଖଟଦେବତାକୁ ବିଶ୍ବାସ ଓ ଭରସା କଲେ ପରିବାର । ତେଣୁ ଆଜି ସକାଳେ ଗ୍ରାମରେ ଖଟ ବୁଲାଇଥିଲେ ଚୋରି ସୁନା ପାଇବା ଆଶାରେ । କିନ୍ତୁ ଖଟଦେବତା ଆଣିଥିବା ଗୁଣିଆ ମୋ ଖଟକୁ ବନ୍ଦନ ଦିଆଯାଇଛି ତେଣୁ ଚୋରକୁ ଧରିପାରି ନଥିବା କହିଛନ୍ତି ,ବନ୍ଧନ ଫିଟାଇଲା ପରେ ମୋ ଖଟ ନିଶ୍ଚିତ ଚୋରକୁ ଧରିବ ଓ ଚୋରି ହୋଇଥିବା ସୁନା ଅଳଙ୍କାର ସେ ନିଶ୍ଚିତ ପାଇବେ ବୋଲି କହିଛନ୍ତି ଖଟ ଦେବତା ନେଇ ଆସିଥିବା ତାନ୍ତ୍ରିକ ବାବା ଖଟ ଦେବତା ଗ୍ରାମରେ ବୁଲୁଥିବା ଖବର ପାଇ କନୂଆଗାଁ ପୋଲିସ ପହଁଚିଥିଲା କିନ୍ତୁ କିଛି ସମୟ ରହି ସେଠାରୁ ନିରବ ହୋଇ ପଳାଇଥିବା କହିଛନ୍ତି ଲୋକେ । ପୋଲିସ ଲୋକଙ୍କୁ ନ୍ୟାୟ ନ ଦେବାରୁ ବିଜ୍ଞାନ ଯୁଗରେ ଲୋକେ ନ୍ୟାୟ ପାଇଁ ପୋଲିସ ପଛରେ ନପଡି ଖଟଦେବତା ଭଳି ଅନ୍ଧ ବିଶ୍ବାସକୁ ବିଶ୍ବାସ କରୁଥିବା ଦେଖିବାକୁ ମିଳିଛି । କାହିଁକି ପୋଲିସ ଲୋକଙ୍କୁ ନ୍ୟାୟ ଦେଇପାରୁନାହିଁ ପୋଲିସର ପାରିଆପଣିଆ ଉପରେ ଉଠୁଛି ପ୍ରଶ୍ନ । ଏହା ଉପରେ ଉଚ୍ଚପଦସ୍ଥ ଅଧିକାରୀ ଦୃଷ୍ଟି ଦେଇ ଉକ୍ତ ପରିବାରକୁ ଉଚିତ୍ ନ୍ୟାୟ ପ୍ରଦାନ କରିବାକୁ ଦାବୀ କରିଛନ୍ତି ସ୍ଥାନୀୟ ଜନସାଧାରଣ । ଦେଖିବାକୁ ବାକି ରହିଲା ସାହୁ ପରିବାର ପୋଲିସ ଠାରୁ ନ୍ୟାୟ ପାଉଛନ୍ତି ନା ତନ୍ତ୍ର ମନ୍ତ୍ର କୁ ବିଶ୍ୱାସ କରୁଛନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page