ଦଶପୁର ବନପାଲ ଙ୍କ ଦ୍ଵାରା ମହିମା ସାଗରରେ ପକ୍ଷୀ ଗଣନା ଆରମ୍ଭ

କଳାହାଣ୍ଡି, ୧୬/୧(ପ୍ୟାରିଲାଲ ଦୁର୍ଗା): ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରତି ବର୍ଷ ଜାନୁୟାରୀ ମାସରେ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇ ଥିଲା ବେଳେ ଚଳିତ ବର୍ଷରେ ମଧ୍ୟ ଜାନୁୟାରୀ ମାସର ଦିତୀୟ ସପ୍ତାହରୁ ଆସନ୍ତା ତା ୧୮/୧/୨୫ ପର୍ଯ୍ୟନ୍ତ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହେଉଛି ବୋଲି ବନପାଲ ଛାତ୍ରୀ ମାନଙ୍କୁ ସୁଚନା ଦେଇ ଥିଲେ,,ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କେ ଗାଁ ରେଞ୍ଜ ଅଧିନରେ ଥିବା ଦଶ ପୁର ବନପାଲ ପ୍ରଦୀପ କୁମାର ବିଶି ଙ୍କ ଜରିଆରେ ଆଜି ବାଇନା କୋଲର୍ ଦ୍ୱାରା ପକ୍ଷୀ ଗଣନା ଆରମ୍ଭ ହୋଇ ଥିଲା, ନିକଟସ୍ଥ ଧାମନ ପୁର ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ଦେଝର ନିକଟରେ ଥିବା ମହିମା ସାଗରରେ ବନ ବିଭାଗ କର୍ମଚାରୀମାନଙ୍କ ସହ ଓ ଦଶପୁର ଭଣ୍ଡାରଘରୁଣି ହାଇସ୍କୁଲର ବହୁ ସଂଖ୍ୟକ ଛାତ୍ର ଛାତ୍ରୀ ଓ ଶିକ୍ଷକ ନିରଞ୍ଜନ ନାଏକଙ୍କ ଉପସ୍ଥିତରେ ପକ୍ଷୀ ଗଣନା ଆରମ୍ଭ ହୋଇ ଥିଲା, ଏହି ମାସରେ ଶୀତ କାଳରେ ଦୁରୁ ଦୁରାନ୍ତରୁ ନୃତନ ପକ୍ଷୀ ମାନେ ମହିମା ସାଗରରେ ଆସି ଥାନ୍ତି ଏବଂ ଗଣନା କିପରି ଭାବରେ କରା ଯାଏ ତାହା ଛାତ୍ରଛାତ୍ରୀଙ୍କୁ ବାଇନା କୋଲର୍ ଦେଖାଇ ବନପାଲ ପ୍ରଦୀପ କୁମାର ବିଶି ମହୋଦୟ ସୁଚନା ଦେଇ ଥିଲେ , ଏହା ପରେ ବନପାଲ ପ୍ରଦୀପ କୁମାର ବିଷି, କର୍ପା ବିଟି ବନ ରକ୍ଷୀ ମୃତ୍ୟୁଞ୍ଜୟ କବୀର, ଧାମନପୁର ବନ ରକ୍ଷୀ ବିଭୁତି ଭୁଷଣ ବାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଖାତା ଓ କଲମ ପ୍ରଦାନ କରିଥିଲେ, ଅନ୍ୟ ପକ୍ଷରେ କମଳାବାରୀ ସ୍ଥାନୀୟ ବ୍ୟକ୍ତି ସୁଶାନ୍ତ କୁମାର ସରାପ, ମଣ୍ଟ ମାଝି, କିଶୋର ମାଝି, ଯୋଗେଶ୍ୱର ମାଝି, ଆସିଶି ସରାପ, ମୃତ୍ୟୁଞ୍ଜୟ ମାଝି, ଲବଣୀ ମାଝୀ ଓ ନେପାଲ ସରାପ ପ୍ରମୁଖ ଉପସ୍ଥିତ ଥିଲା ବେଳେ ଦଶମ ଶ୍ରେଣୀର ଛାତ୍ରୀ ଦମୟନ୍ତୀ ସେଠୀ, ହେମାଗିନି ପୁଝାରୀ, କରିସ୍ମା ମେହେର ଓ ପୁଷ୍ପାଞ୍ଜଳି ବହୁତ ଖୁସି ଅନୁଭବ ଜନ କଲ୍ୟାଣ ସାମ୍ବାଦିକ ସଂଘର ସଭାପତି ରାମ କୁମାର ସେନାପତିଙ୍କ ଠାରେ ତାଙ୍କର ମତ ପ୍ରଦାନ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page