ଦିତୀୟ ନାଗପୁର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

ବାଲିଅନ୍ତା ୦୨|୦୨: ବାଲିଅନ୍ତା ବ୍ଲକ ଅଧୀନ ନାଗପୁର ସ୍ଥିତ ଶାଗୁଆ ଖେଳ ପଡ଼ିଆରେ ନାଗପୁର କ୍ରିକେଟ୍ କ୍ଲବ୍ ଦ୍ଵାରା ଦିତୀୟ ବର୍ଷିକ ଅଲ୍ ଓଡିଶା ନାଗପୁର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନରେ ଅତିଥିଭାବେ ଦିନାକ ଟିଭିର ନିର୍ଦ୍ଦେଶକ ସରୋଜ ମହାନ୍ତି, ଆସୋଚାମର ଯୁଗ୍ମ ନିର୍ଦ୍ଦେଶକ ଶୁଭବ୍ରତ ରଥ, ଅଭିନେତା ତଥା ଓଡିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ କୁନାଲ ପଟ୍ଟନାୟକ, ଭୁବନେଶ୍ୱର ବାର୍ ଆସୋସିଏସନର ଆଇନୀଜୀବି ଚିନ୍ମୟ ମହାପାତ୍ର, ବିଷ୍ଣୁ ଚରଣ ଜେନା, ଯୁବ ସାମ୍ବାଦିକ ଜିତେନ୍ଦ୍ର ସାହୁ, ପ୍ରମୁଖ ଅତିଥି ଭାବେ ଯୋଗଦେଇ । ଆଜି ୨ ଟି ମ୍ୟାଚ ଖେଳାଯାଇଥିଲା l ପ୍ରଥମ ମ୍ୟାଚଟି ଜେବିଏଲ୍ ଏଲେଭେନ ବନାମ ଏନସିଟି ପିପିଲି ମଧ୍ୟରେ ତୃତୀୟ ଲିଗ୍ ମ୍ୟାଚ୍ ଖେଳା ଯାଇଥିଲା। ଏନସିଟି ପିପିଲି ଟଚ୍ ଜିତି ପ୍ରଥମ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା। ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୬ ୱିକେଟ୍ ହରାଇ ୭୦ରନ୍ କରିଥିଲା। ପରେ ଏହାର ଜବାବରେ ଜେବିଏଲ୍ ଏଲେଭେନ ଟିମ୍ ୩ଟି ୱିକେଟ୍ ହରାଇ ୮. ୨ ଓଭରରେ ମ୍ୟାଚଟିକୁ ଜିତି ନେଇଥିଲା l ବିଜୟୀ ଦଳର ଚନ୍ଦନ ପ୍ରଧାନ ୨ ଓଭରରେ ୧୯ରନ୍ ଦେବାସହ ୩ଟି ୱିକେଟ ନେଇଥିବାରୁ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ସେହିଭଳି ଚତୁର୍ଥ ଲିଗ୍ ମ୍ୟାଚରେ ନୋକମ୍ପ୍ରମାଇଯ ଭୁବନେଶ୍ୱର ବନାମ ଆଦିତ୍ୟ ଚାଲେଞ୍ଜର ମଧ୍ୟରେ ମ୍ୟାଚ୍ ଖେଳା ଯାଇଥିଲା । ନୋକମ୍ପ୍ରମାଇଯ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ବିଶିଷ୍ଟ ମ୍ୟାଚରେ ୨ ୱିକେଟ୍ ହରାଇ ୧୬୮ ବିଶାଳ ରନ୍ କରିବାରେ ସକ୍ଷମ ହୋଇଥିଲେ। ବିଜୟ ହାସଲ ପିଛା କରି ଆଦିତ୍ୟ ଚାଲେଞ୍ଜର ଦଳ ମାତ୍ର ୮୯ ରନ୍ କରି ପରାଜୟ ହୋଇଥିଲା । ନୋକମ୍ପ୍ରମାଇଯ ଦଳର ରୋଷନ୍ ୨୬ ବଲରେ ସର୍ବାଧିକ ୬୩ କରି ଏବଂ ଏକ ଓଭର ରେ ୧୪ରନ ଦେଇ ୧ ୱେକେଟ ନେଇଥିବାରୁ ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ଟ୍ରଫି ପ୍ରଦାନ କରାଯାଇଥିଲା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page