ଦିତୀୟ ନାଗପୁର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ଏସ୍ .ଏସ୍. ସାନ ଏକାଦଶ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ନାଗପୁର ସ୍ଥିତ ଶାଗୁଆ ଖେଳ ପଡ଼ିଆରେ ନାଗପୁର କ୍ରିକେଟ୍ କ୍ଲବ୍ ଦ୍ଵାରା ଦିତୀୟ ବାର୍ଷିକ ଅଲ୍ ଓଡିଶା ନାଗପୁର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଫାଇନାଲକୁ ପ୍ରବେଶ କରିଛି ଏସ. ଏସ. ସାନ ଏକାଦଶ l ଆଜି ଅଭୟ ଫାଇଟର ଓ ହିରତିକ ଏକଦଶ ସହ ଦ୍ଵିତୀୟ କ୍ୱାର୍ଟର ମ୍ୟାଚ ଖେଳାଯିବାକୁ ଥିଲା l ମାତ୍ର ହିରତିକ ଏକାଦଶ ନିର୍ଦ୍ଧାରିତ ସମୟରେ ପହଞ୍ଚି ପାରିନଥିଲେ l ଫଳରେ ଅଭୟ ଫାଇଟରକୁ ସିଧାସଳଖ ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲା l ଫଳରେ ଆଜି ପ୍ରଥମ ସେମିଫାଇନାଲ ମ୍ୟାଚ ଅଭୟ ଫାଇଟର ଓ ଏସ. ଏସ ସାନ ଏକାଦଶ ମଧ୍ୟରେ ଖେଳା ଯାଇଥିଲା l ଟସ ଜିତି ଅଭୟ ଭାଇଟର ନିର୍ଦ୍ଧାରିତ ଓଭରରେ ୫ୱିକେଟ୍ ହରାଇ ୧0୪ ରନ କରିଥିଲା l ଜବାବରେ ଏସ. ଏସ ସାନ ଏକାଦଶର ଖେଳାଳୀ ସୁନୀଲ ନାୟକ ୧୮ ବଲ ଖେଳି ଧୂଆଁଧାର ୪0 ରନ କରି ମାତ୍ର ୮ ଓଭରରେ ୫ ୱିକେଟ୍ କେଟ ହରାଇ ଏହି ମ୍ୟାଚଟିକୁ ଜିତି ଫାଇନାଲକୁ ପ୍ରବେଶ କରିଥିଲା l ଆଜିର ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥିଭାବେ ସହକାରୀ ପୁଲିସ ଅଧିକ୍ଷକ ଅଞ୍ଜନା ଟୁଡୁ, ସମ୍ମାନୀତ ଅତିଥିଭାବେ ରିଚି ରୟ, ନାଗପୁର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉପଦେଷ୍ଟା ଚକ୍ରଧର ନାୟକ, କମଳାକାନ୍ତ ଜେନା, ଆଇନୀଜୀବୀ ରଞ୍ଜିତ ମହାରଣା ପ୍ରମୁଖ ଯୋଗଦେଇଥିଲେ l ଆସନ୍ତକାଲି ଏହି ପଡିଆରେ ମେଡ଼ିଆ ଏକାଦଶ ଓ ଓଡିଶା ପୁଲିସ ଏକାଦଶ ମଧ୍ୟରେ ଖେଳାଯିବ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page