ଦିବ୍ୟାଙ୍ଗ କୁମାରୀଙ୍କୁ ନେଇ ରଜର ରାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଗତ ୨୧ ତାରିଖ ଶନିବାର ହରିହର ଆର୍ଟ ଆଣ୍ଡ କଲଚର ଏକାଡେମୀ ତରଫରୁ ରେଡକ୍ରସ ଭବନରେ ଅନୁଷ୍ଠିତ ହୋଇଯାଇଛି ରଜର ରାଣୀ କାର୍ଯ୍ୟକ୍ରମ । ପଚାଶରୁ ଉର୍ଦ୍ଧ ଦିବ୍ୟାଙ୍ଗ ଯୁବକ ଯୁବତୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ନୃତ୍ୟ ସଂଗୀତରେ ଉଚ୍ଚକୋଟୀର ପରିବେଷଣ ପାଇଁ 15 ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଅନ୍ୟ ଅତିଥିଭାବେ ସମାଜସେବୀ ମହାସଂଘ ସଭାପତି ବାପୁ ଓଝା, ମନଆକାଶର ନାୟିକା ଲାବଣ୍ୟବତୀ ଦେଓ ପ୍ରମୁଖ ଅତିଥିମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଏକାଡେମୀର ସମ୍ପାଦକ ହରିହର ଦେଓ ଓ ଧନ୍ୟବାଦ ଅର୍ପଣ କରିଥିଲେ ଏକାଡେମୀ ର ସୁକାନ୍ତ ବେହେରା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page