ଦୋଷୀ ସାବ୍ୟସ୍ତ ହେଲା ଅଭିଯୁକ୍ତ ସଂଜୟ ରାୟ

କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍‌ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଦୋଷୀ ସାବ୍ୟସ୍ତ ହୋଇଛି। ସିଆଲଦାହର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟ ତାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଜି ତାର ଦଣ୍ଡ ଶୁଣାଣି କରିବେ କୋର୍ଟ। କୋର୍ଟଙ୍କ ଏହି ରାୟ ଆସିବା ବେଳେ ମୃତ ଟ୍ରେନି ଡାକ୍ତରଙ୍କ ବାପା ସେଠାରେ ଉପସ୍ଥିତ ଥିଲେ। ଆପଣଙ୍କ ଉପରେ ମୋର ସଂପୂର୍ଣ୍ଣ ବିଶ୍ୱାସ ଥିଲା ବୋଲି କହିଛନ୍ତି ମୃତା ଡାକ୍ତରଙ୍କ ବାପା ମା’। ଏହାସହ ଧନ୍ୟବାଦ ମଧ୍ୟ ଦେଇଛନ୍ତି। ସଞ୍ଜୟ ରୟଙ୍କ ନାଁରେ ଭାରତୀୟ ନ୍ୟାୟ ସଂହିତାର ଧାରା ୬୪ (ଦୁଷ୍କର୍ମ), ଧାରା ୬୬ (ମାରିଦେବା ପାଇଁ ଦଣ୍ଡ) ଓ ଧାରା ୧୦୩-୧(ହତ୍ୟା)ରେ ମାମଲା ରୁଜୁ ହୋଇଥିଲା। ଧାରା ୬୪ ପାଇଁ ସର୍ବାଧିକ ଦଣ୍ଡ ଆଜୀବନ କାରାଦଣ୍ଡ ହୋଇଥିବା ବେଳେ ଧାରା ୬୬ ପାଇଁ ସର୍ବାଧିକ ଦଣ୍ଡ ଆଜୀବନ କାରାଦଣ୍ଡ ବା ମୃତ୍ୟୁଦଣ୍ଡ ଏବଂ ୧୦୩ (୧) ପାଇଁ ସର୍ବାଧିକ ଦଣ୍ଡ ଆଜୀବନ କାରାଦଣ୍ଡ ବା ମୃତ୍ୟୁଦଣ୍ଡ ରହିଛି। ତେଣୁ ସୋମବାର କୋର୍ଟ ସଞ୍ଜୟ ରୟକୁ କି ଦଣ୍ଡ ଶୁଣାଇବେ, ତାକୁ ସମସ୍ତେ ଅପେକ୍ଷା କରିଛନ୍ତି। ଆଜି କୋର୍ଟଙ୍କ ରାୟ ଆସିବା ପରେ କେନ୍ଦ୍ର ମନ୍ତ୍ରୀ ସୁକାନ୍ତ ମଜୁମଦାର କହିଛନ୍ତି, କୋର୍ଟ ତାଙ୍କୁ (ସଞ୍ଜୟ ରୟ) ଦୋଷୀ ସାବ୍ୟସ୍ତ କରିଛନ୍ତି। କିନ୍ତୁ ପଶ୍ଚିମବଙ୍ଗବାସୀ ବିଶ୍ୱାସ କରୁଛନ୍ତି ଯେ ଏହି ମାମଲାରେ ଏକାଧିକ ଲୋକଙ୍କ ସଂପୃକ୍ତି ରହିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଥମ ୫ ଦିନ କୋଲାକାତା ପୁଲିସ ଏହାର ତଦନ୍ତ କରୁଥିଲେ। ଆଉ ସେହି ୫ ଦିନରେ ପ୍ରମାଣ ନଷ୍ଟ କରାଯାଇଛି। ଆମେ ଚାହୁଁ ଦୋଷୀଙ୍କୁ କଠୋର ଦଣ୍ଡ ମିଳୁ। ଆରଜି କର ହସପିଟାଲରେ ଘଟିଥିବା ଘଟଣା ପଶ୍ଚିମବଙ୍ଗର ଦୁର୍ବଳ ଆଇନ ଶୃଙ୍ଖଳା ବ୍ୟବସ୍ଥାର ପର୍ଦ୍ଦାଫାସ କରି ଦେଇଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page