ଦୟାନଦୀ ବୋଇତ ବନ୍ଦାଣ ଉତ୍ସବ-୨୦୨୬ ପ୍ରସ୍ତୁତି ବୈଠକ।

ବରିଷ୍ଠ ସାମ୍ବାଦିକ ଓ ସମାଜସେବୀ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ଶତପଥଙ୍କୁ ଦୟାନଦୀ ସମ୍ମାନ-୨୦୨୬।

ସୋଲ ପ୍ଲାଷ୍ଟିକ ଡଙ୍ଗା ପରିବର୍ତ୍ତେ କଦଳୀ ବାସୁଙ୍ଗା ଡଙ୍ଗା ଭାସାଇବାକୁ ଆହ୍ବାନ।

ଡଙ୍ଗା ଭସା ପରେ ପରେ ଅପରାହ୍ଣ ୩ଟା ସମୟରେ ଘାଟ ସଫେଇ ଅଭିଯାନ।

ବାଲିଅନ୍ତା ତା ୧୨/୧୧/(ଗୋବର୍ଦ୍ଧନ ଦାସ) :– ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ଯ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ଆନୁକୂଲ୍ୟରେ, ଐତିହାସିକ ଦୟାନଦୀର ଲିଙ୍ଗିପୁର ଘାଟରେ ଆସନ୍ତା ତା ୨୪/୧୧/୨୦୨୬ ଭୋର ସମୟରେ ପଞ୍ଚଦଶ ଦୟାନଦୀ ବୋଇତ ବନ୍ଦାଣ ଉତ୍ସବ ଆୟୋଜନ ନିମନ୍ତେ; ଶିଶୁପାଳଗଡ ଗଙ୍ଗୋତ୍ରୀନଗରସ୍ଥିତ ଶ୍ରୀ ଶ୍ରୀ ଦୁର୍ଗେଶ୍ଵର ମନ୍ଦିର ପ୍ରାଙ୍ଗଣରେ କାପୋକର ଅଧ୍ଯକ୍ଷ ଶ୍ରୀ ସଂଗ୍ରାମ କେଶରୀ ପାଇକରାୟଙ୍କ ଅଧ୍ଯକ୍ଷତାରେ ସଦସ୍ୟ ଶ୍ରୀ ବାମଦେବ ଗଜେନ୍ଦ୍ର, ଶ୍ରୀ ବିଜୟ ସାମନ୍ତରାୟ, ଶ୍ରୀ ରବିନ୍ଦ୍ର ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁବାସ କୁମାର ସୁନ୍ଦରାୟ, ଶିଶୁପାଳଗଡ ସରପଞ୍ଚ ଶ୍ରୀ ରଶ୍ମି ରଂଜନ ଶ୍ରୀଚନ୍ଦନ, ପୂର୍ବତନ ସରପଞ୍ଚ ଶ୍ରୀ ପ୍ରମୋଦ ସ୍ୱାଇଁ, ପୂର୍ବତନ ସମିତି ସଭ୍ୟ ଶ୍ରୀ ବିଭୂତି ପ୍ରଧାନ, ଶ୍ରୀ ସନ୍ତୋଷ ବେହେରା, ସମାଜସେବୀ ଶ୍ରୀ ସୁଧର ଚମ୍ପତି, ଶ୍ରୀ ସଂଗ୍ରାମ ମଙ୍ଗରାଜ, ଶ୍ରୀ ବିଷ୍ଣୁ ଚରଣ ରାଉତ, ଶ୍ରୀ ମିଥୁନ ନାୟକ, ଶ୍ରୀ ସାର୍ଥକ ପରିଡା, ଶ୍ରୀ ସୁବ୍ରତ ପାଇକରା, ଶ୍ରୀ ସବ୍ୟସାଚୀ ପାଇକରାୟ, ଶ୍ରୀ ଜ୍ୟୋତି ରଂଜନ ମହାନ୍ତି, ଶ୍ରୀ ପ୍ରମୋଦ ପାତ୍ର, ଶ୍ରୀ ଅଶୋକ ସାହୁ, ଶ୍ରୀ ବେଣୁଧର ମହାରଣା, ଶ୍ରୀ ଧୂରେନ ମହାନ୍ତି, ଶ୍ରୀ ପ୍ରଦୀପ ସାହୁ, ଶ୍ରୀ ସୁବ୍ରତ ଦାସ, ପ୍ରମୁଖଙ୍କ ଉପସ୍ଥିତିରେ ଗଙ୍ଗୋତ୍ରୀନଗରସ୍ଥିତ ଶ୍ରୀ ଶ୍ରୀ ଦୁର୍ଗେଶ୍ଵର ମନ୍ଦିର ପ୍ରାଙ୍ଗଣରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି ।
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ଯ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଐତିହାସିକ ଦୟାନଦୀର ଲିଙ୍ଗିପୁର ଘାଟରେ ଆସନ୍ତା ତା ୨୪/୧୧/୨୦୨୬ରିଖ ପଞ୍ଚଦଶ ଦୟାନଦୀ ବୋଇତ ବନ୍ଦାଣ ଉତ୍ସବ ଆୟୋଜନ ହେବ । ଭୋର ୩ ଘଟିକାରୁ ଓଡିଶାର ବିଶିଷ୍ଟ ଭଜନ ଶିଳ୍ପୀ ଶ୍ରୀ ମନ୍ମଥ ମିଶ୍ର, ଶ୍ରୀ ଗଗନ ବିହାରୀ ଜେନା, ସ୍ମୃତି ମହାପାତ୍ର, ଶ୍ରୀ ଯୁଧୁଷ୍ଠିର ଖୁଣ୍ଟିଆ, ଶ୍ରୀ ଦୀପକ ମହାପାତ୍ର, ଯଶସ୍ୱନୀ ନାୟକଙ୍କ ଦ୍ବାରା ଭଜନ ସମାରୋହ ଅନୁଷ୍ଠିତ ହେବ । ପ୍ରାତଃ ୭ ଘଟିକାରେ ସୁସଜ୍ଜିତ ବୋଇତକୁ ଦୟାନଦୀରେ ସାଧବ ବୋହୂ ମାନଙ୍କ ଉପସ୍ଥିତିରେ ଏବଂ ସଂକିର୍ତ୍ତନ ସହିତ ବନ୍ଦାଣ କରାଯିବ । ଚଳିତ ବର୍ଷ ସୁବର୍ଭାର ମୁଖ୍ୟ ସଂପାଦକ, ଓଡିଶା ନାଗରିକ ମଞ୍ଚର ଅଧ୍ଯକ୍ଷ, ଭାଷା ଆନ୍ଦୋଳନର ସଭାପତି, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ, ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ‘ଦୟାନଦୀ ସମ୍ମାନ-୨୦୨୬’ରେ ସମ୍ମାନିତ କରାଯିବା ପାଇଁ ସର୍ବସମ୍ମତି କ୍ରମେ ବୈଠକରେ ନିଷ୍ପତି କରାଗଲା, ଏତଦ୍‍ବ୍ୟତୀତ ବିଭିନ୍ନ କ୍ଷେତ୍ରରେ ଉନ୍ନତି ପାଇଁ କାର୍ଯ୍ୟକରୁଥିବା ମୋଟ ୧୬ଟି ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ‘ପ୍ରତିଭା ସମ୍ମାନ’ ସମ୍ମାନରେ ସମ୍ମାନିତ କରାଯିବା ପାଇଁ ନିଷ୍ପତ୍ତି କରାଗଲା । ଯଥା ଅଧ୍ୟାପକ ଲକ୍ଷ୍ମୀଧର ପ୍ରଧାନ (ପରିବେଶବିତ୍), ଶକ୍ତିନଗର ଉନ୍ନୟନ ପରିଷଦ, ଆଶାଏଁ, ମା ଭୁବନେଶ୍ଵରୀ ଓମେନ୍ସ ଆସୋସିଏସନ, ଏକାର୍ମ ଆର୍ମି, ଆନନ୍ଦ ପରିବାର, ଆମ ନାଟକ ଭୁବନେଶ୍ଵର, ମହାବୀର ମହିଳା ମଞ୍ଚ ଟ୍ରଷ୍ଟ, ଲକ୍ଷ୍ମୀ ବିହାର ସିଟିଜେନ କ୍ଲବ, ମା’ ଗୌରୀ ନାଟ୍ୟ ସଂସଦ, ନନ୍ଦିଘୋଷ ନଗର ଚାରିଟେବୁଲ ଟ୍ରଷ୍ଟ, ଶ୍ରୀ ସ୍ଵପ୍ଲେଶ୍ଵର ପଟ୍ଟନାୟକ, ରେବତୀ ନଗର ଉନ୍ନୟନ ପରିଷଦ, ରାଧାକାନ୍ତଦେବ ଯୁବ ପରିଷଦ, ଗଜଲକ୍ଷ୍ମୀ କ୍ଲବ, ରଘୁନାଥ ନଗର ୟୁନିଅନ କ୍ଲବ ମାନଙ୍କୁ ସମ୍ମାନିତ କରାଯିବ । ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ ଅନୁଷ୍ଠାନ ତରଫରୁ ସୋଲ ଓ ପ୍ଲାଷ୍ଟିକ ଡଙ୍ଗା ପରିବର୍ଭେ କଦଳୀ ବାସୁଙ୍ଗା ଡଙ୍ଗା ଭସାଇବା ନିମନ୍ତେ ଶ୍ରଦ୍ଧାଳୁ ମାନଙ୍କୁ ସଚେତନ କରାଯିବା ସହିତ ବିନା ମୂଲ୍ୟରେ କଦଳୀ ବାସୁଙ୍ଗା ଡଙ୍ଗା ଅନୁଷ୍ଠାନ ତରଫରୁ ପ୍ରଦାନ କରାଯିବ । ବୋଇତ ବନ୍ଦାଣ ପରେ ପ୍ରାୟ ୫୦୦୦ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯିବା ପାଇଁ ନିଷ୍ପତ୍ତି ନିଆଗଲା । ଏହି କାର୍ଯ୍ୟକ୍ରମରେ ୧୫୦ରୁ ଅଧିକ ସ୍ୱେଚ୍ଛାସେବୀ ବିଭିନ୍ନ ସ୍ଥାନରେ ନିୟୋଜିତ ହେବା ସହିତ ସିସିଟିଭି ଦ୍ଵାରା ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ନଜର ରଖାଯିବ । ଏହି କାର୍ଯ୍ୟକ୍ରମକୁ ଦଳମତ ନିର୍ବିଶେଷରେ ଅତିଥିମାନଙ୍କୁ ନିମନ୍ତ୍ରଣ କରାଯିବା ପାଇଁ ନିଷ୍ପତି ରଖାଗଲା ।
ସେହିଦିନ ଅର୍ଥାତ ୨୪ ନଭେମ୍ବର ୨୦୨୬ ଅପରାହ୍ନ ୩ ଘଟିକାରେ ଶ୍ରମଦାନ ମାଧ୍ୟମରେ ୨୫୦ ରୁ ଅଧିକ ଅନୁଷ୍ଠାନର ସଦସ୍ୟ ଓ ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ଦୟାନଦୀ ଘାଟ ସଫେଇ କରାଯିବା ପାଇଁ ନିଷ୍ପଭି ନିଆଗଲା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page