ବାଲିଅନ୍ତା: ଧଉଳି ବିକାଶ ମଞ୍ଚ ପକ୍ଷରୁ ମଧ୍ୟ ଶାନ୍ତିସ୍ତୁପ ଧଉଳି ପାଦଦେଶ ଦୟାନଦୀ ପଠାରେ ପ୍ରଥମ ରଜ ମହୋତ୍ସବ ପାଳିତ ହୋଇଯାଇଛି l ମଞ୍ଚର ଉପଦେଷ୍ଟା ରବିନ୍ଦ୍ର ପାତ୍ର ଏବଂ ଆବାହକ ଚିନ୍ମୟ ରଞ୍ଜନ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି ମହୋତ୍ସବରେ ମୁଖ୍ୟଅତିଥି ଭାବେ ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ, ସମ୍ମାନିତ ଅତିଥିଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, କାପୋକର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ, ଆଲୋକ ନାୟକ, ମାନସ କୁମାର ପଣ୍ଡା

ପ୍ରମୁଖ ଯୋଗଦେଇ ଓଡ଼ିଶାର ସଂସ୍କୃତି ଓ ପରମ୍ପରାରେ ରଜ ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଉଛି ରଜ ଉତ୍ସବ l ବିଭିନ୍ନତା ମଧ୍ୟରେ ଏକତା ସୃଷ୍ଟି କରେ ଏହି ଉତ୍ସବ ବୋଲି ଅଭିହିତ କରିଥିଲେ। ଏହି ଅବସରରେ ୩0 ଟି ଦୋଳି ପ୍ରସ୍ତୁତି କରାଯାଇଥିବା ବେଳେ ଓଡିଶାର ବିଶିଷ୍ଟ କଣ୍ଠଶିଳ୍ପୀ ଶକ୍ତି ମିଶ୍ର, ସୁଜ୍ଞାନୀ ମହାପାତ୍ର ଆଦି କଳାକାରଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ଦର୍ଶକଙ୍କୁ ମତୁଆଲା କରିଥିଲା l