ଧର୍ମଗଡ଼ ଠାରେ କିନ୍ନରଙ୍କ ଅଧିକାର ଆଇନ ସଚେତନତା କାର୍ଯ୍ୟକ୍ରମ

କଳାହାଣ୍ଡି,୨୯/୦୧ (ପ୍ୟାରିଲାଲ ଦୁର୍ଗା) : ତାଳୁକ ଆଇନ ସେବା ସମିତି ଧର୍ମଗଡ ଦ୍ଵାରା ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଅତିରିକ୍ତ ଜିଲ୍ଲା ଜର୍ଜ ଅଧ୍ଯକ୍ଷତାରେ ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ପ୍ରଜ୍ଞା ପରମିତା ସ୍ଵାଇଁ, ପ୍ରଥମ ଶ୍ରେଣୀ ବିଚାର ବିଭଗ ବିଚାରପତି ଶ୍ରୀଚନ୍ଦନ ସେଠି, ବରିଷ୍ଠ ଆଇନଜୀବୀ ସୁନୀଲ କୁମାର ପାତ୍ର, ଚିନ୍ତାମଣି ପାତ୍ର, ଧର୍ମଗଡ଼ ଆଇନଜୀବୀ ସଙ୍ଘର ଅଧ୍ୟକ୍ଷ ତୁଷାର ରଞ୍ଜନ ପଟ୍ଟଯୋଶୀ, ଧର୍ମଗଡ଼ କିନ୍ନର ସମାଜ ସଭାପତି ପଙ୍କଜ ବିଶି, ବରିଷ୍ଠ ଓକିଲ ତଥା ସଦସ୍ୟ ତାଳୁକ ଆଇନ ସେବା ସମିତି ସଂଯୁକ୍ତା ପଣ୍ଡା ଓ ରିଟେନର କଲ୍ୟାଣୀ ନାଏକ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ମାନନୀୟ ଅଧକ୍ଷ ଉପସ୍ଥିତ କିନ୍ନର ମାନଙ୍କୁ ମନୋବଳ ବଢାଇବା ସହିତ ସମ୍ବିଧାନରେ କିନ୍ନର ମାନଙ୍କ ପାଇଁ ବର୍ଣିତ ଶିକ୍ଷାଗତ ଅଧିକାର, ନିଜସ୍ଵ ପରିଚୟ ଅଧିକାର, ସମାନତା ଅଧିକାର ସମେତ ବିଭିନ୍ନ ଅଧିକାର ଉପରେ ଆଲୋକପାତ କରିଥିଲେ । ଆଇନଜୀବି ସଂଯୁକ୍ତା ପଣ୍ଡା ଉକ୍ତ ସଭାକୁ ପରିଚାଳନା କରିଥିବା ବେଳେ ରିଟେନର କଲ୍ଯାଣୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼, ଜୟପାଟଣାର କିନ୍ନର ସମାଜର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page