ଧର୍ମଗଡ ଠାରେ କଳାହାଣ୍ଡି ଉତ୍ସବ ଘୁମୁରା ଉପଲକ୍ଷେ ଘୁମୁରା ପ୍ରତିଯୋଗିତା

ଧର୍ମଗଡ ୧୪/୧( ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଧର୍ମଗଡ ଠାରେ ଆସନ୍ତା ଜାନୁଆରୀ ୧୫ ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସଂପ୍ରସାରିତ କଳାହାଣ୍ଡି ଉତ୍ସବ ଉପଲକ୍ଷେ ଧର୍ମଗଡ ଉତ୍ସବ ପଡିଆରେ ପୂର୍ବ ଦିନ ମଙ୍ଗଳବାର କଳାହାଣ୍ଡି ର ବୀରବାଦ୍ୟ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଉତ୍ସବ କମିଟି ର ଅଧ୍ୟକ୍ଷ ତଥା ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଚକମା ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ଡ଼ଃ ମୋନିକା ପରଶିରା , ଅର୍ଥ କମିଟି ଉପ ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ, ଇଙ୍ଗିତ ପଣ୍ଡା, ଘୁମୁରା କମିଟି ଅଧ୍ୟକ୍ଷ ରମଣୀ କାନ୍ତ ଜାଲ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ଚାମ୍ପେଶ୍ୱର ଘୁମୁରା ଦଳ ପ୍ରଥମ ସ୍ଥାନ, ମା ଜଗତ ଜନନୀ ଘୁମୁରା ଦଳ ଜୟପାଟଣା ଦ୍ଵିତୀୟ ଏବଂ ମା ଠାକୁରାଣୀ ଘୁମୁରା ଦଳ ରଜାମୁଣ୍ଡା ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ଘୁମୁରା ପ୍ରତିଯୋଗୀତା କୁ ଅଞ୍ଚଳର ଅନେକ ଦର୍ଶକ ମାନେ ମନ ଭରି ଉପଭୋଗ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page