ଧର୍ମଗଡ ଥାନାରେ ନୂତନ ଭାବେ ଯୋଗଦାନ ଦେଲେ ଥାନା ଅଧିକାରିଣୀ ଶ୍ଵେତାପଦ୍ମା ସେଠ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନାରେ ନୂତନ ଥାନା ଅଧିକାରୀଣି ଭାବରେ ଶ୍ଵେତାପଦ୍ମା ସେଠ ଯୋଗଦାନ କରିଛନ୍ତି । ଧର୍ମଗଡ ଥାନା ଅଧିକାରୀ ଦାମୋଦର ବିହାରୀ ଙ୍କୁ ଗଞ୍ଜାମ ଜିଲ୍ଲା କୁ ବଦଳି ପରେ ଏହି ପଦବୀ ଖାଲି ପଡିଥିବା ବେଳେ ରବିବାର ଶ୍ରୀମତୀ ସେଠ ନୂତନ ଥାନା ଅଧିକାଣି ଭାବରେ ଯୋଗଦାନ କରିଛନ୍ତି। ଶ୍ରୀମତୀ ସେଠ ଥାନା ରେ ଯୋଗ ଦେଇଥିବା ବେଳେ ସମାଜସେବୀ ଢଗ ନାଏକ ପୁଷ୍ପଗୁଚ୍ଛ ସେଇ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହିତ ଧର୍ମଗଡ ରେ ଟ୍ରାଫିକ ନିୟମ କଡା କଡ଼ି କରିବା, ରାତ୍ରିକାଳୀନ ପେଟ୍ରୋଲିଂ କଡାକଡୀ କରାଯିବା ପାଇଁ ଆଲୋଚନା କରିଥିଲେ। ଶାନ୍ତି ଶୃଙ୍ଖଳା ବଜାୟ ରଖି ସମନ୍ୱୟ ରକ୍ଷା କରି ଜନସାଧାରଣଙ୍କ ଅଭିଯୋଗକୁ ଗୁରୁତ୍ୱ ଦେବା ସହ ଧର୍ମଗଡ ଥାନା ଏକ ବ୍ୟାପକ ଅଂଚଳର ଜନସାଧାରଣଙ୍କ ସୁରକ୍ଷାର ଦୃଷ୍ଟି ରହିଛି, ତେଣୁ ସମସ୍ତଙ୍କ ସହଯୋଗ ରେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି କହିଛନ୍ତି ଶ୍ରୀମତୀ ସେଠ । ପୂର୍ବରୁ ଗୋଲାମୁଣ୍ଡା ଥାନା ରେ ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବରେ କାର୍ଯ୍ୟ ତୁଲାଇଥିଲେ ତେଣୁ ସେ ଥାନା ଅଂଚଳରେ ସଫଳତାର ସହିତ ନିଜର କାର୍ଯ୍ୟଦକ୍ଷତା ପ୍ରତିପାଦନ କରିବେ ବୋଲି ବିଭିନ୍ନ ମହଲରେ ଆଶା ପ୍ରକଟ ହେଇଛି ।

(କଳାହାଣ୍ଡି ଜ଼ିଲ୍ଲା ରୁ ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ )

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page