ଧର୍ମଗଡ ସରସ୍ୱତୀ ଶିଶୁ ମନ୍ଦିର ଠାରେ ଉତ୍କଳ ଦିବସ ୨୦୨୫ପାଳିତ                                 

ଧର୍ମଗଡ ୦୧/୦୪/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ) :                                             ଆଜି ଏକ ଅବିସ୍ମରଣୀୟ ଦିବସ । ୯୦ ବର୍ଷରେ ପାଦ ଥାପିଲା ଆମ ରାଜ୍ୟ ଓଡ଼ିଶା । ପ୍ରତି ଓଡ଼ିଆଙ୍କ ପାଇଁ ଏହା ଏକ ଗୌରବର ଦିନ। ୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖ । ଓଡ଼ିଆ ଜାତିର ଗର୍ବ ଓ ଗୌରବ ବହନ କରୁଥିବା ଏହି ତାରିଖଟିକୁ ଉତ୍କଳ ଦିବସ ଭାବେ ପାଳନ କରିଆସୁଛି ସମ୍ପୂର୍ଣ୍ଣ ରାଜ୍ୟ । ଏହି ପରିପ୍ରେକ୍ଷୀରେ ଧର୍ମଗଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ୯୦ ତମ ଓଡିଶା ଦିବସ ୨୦୨୫ପାଳିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଛକମା ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ତହସିଲଦାର ସଞ୍ଜୟ କୁମାର ରାଉତରାୟ , ଅତିରିକ୍ତ ଉପ ଜିଲ୍ଲାପାଳ ଅଜୟ ପ୍ରକାଶ ତିର୍କି, ଡେପୁଟି କଲେକ୍ଟର ଚୋଡ଼ଗଙ୍ଗ ପ୍ରଧାନ , ଶିକ୍ଷାବିତ ପ୍ରତାପ କିଶୋର ମୁଣ୍ଡ,ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ କୁଞ୍ଜବିହାରୀ ଦାସ ମଞ୍ଚାଷିନ ଥିଲେ। ପ୍ରଥମେ ଓଡିଶାର ମହାପୁରୁଷ ମାନଙ୍କର ଫଟୋ ଚିତ୍ରରେ ଅତିଥି ମାନଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା  ପରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ  ଉତ୍କଳ ସଙ୍ଗୀତ  ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ। ମଞ୍ଚାଷିନ ଅତିଥି ମାନେ ଓଡିଶା ଦିବସ ବିଷୟରେ ଓ ଓଡିଶା ବରପୁତ୍ର ମାନଙ୍କ ତ୍ୟାଗ ଓ ବଳିଦାନ ବିଷୟରେ ନିଜ ନିଜ ଅଭି ଭାଷଣ ରେ ମତ ପ୍ରଦାନ କରିଥିଲେ। ପଞ୍ଚାୟତ ମହାବିଦ୍ୟାଳୟ ପ୍ରଧ୍ୟାପକ ମାଧବ ଲହଜଲ ମଞ୍ଚ ପରିଚାଳନା କରିଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page