ଧୂମଧାମରେ ମକର ସଂକ୍ରାନ୍ତି ପାଳିତ

ଭୂବନ: ପବିତ୍ର ମକର ସଂକ୍ରାନ୍ତି ସାରା ଦେଶରେ ପାଳିତ ହୋଇଯାଇଛି। ଆମ ରାଜ୍ୟ ଓଡ଼ିଶାର ସହର ଠାରୁ ପୁରପଲ୍ଲୀରେ ମଧ୍ୟ ଦେଖିବାକୁ ମିଳିଛି ଏହି ପର୍ବ ପାଳନ। ଏହି ଅବସରରେ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମପଂଚାୟତରେ ଧୂମଧାମ ସହକାରେ ପାଳିତ ହୋଇଯାଇଛି ଏହି ପବିତ୍ର ମକର ମେଳା ବା ପୋଙ୍ଗଲ ଉତ୍ସବ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମର ପବିତ୍ର ସ୍ଥାନ ବ୍ରହ୍ମକୁଣ୍ଡଠାରେ ବହୁ ପୁରାତନ ମକର ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମକର ଉତ୍ସବରେ

ଆଖପାଖ ୧୦ ଖଣ୍ଡ ମୌଜାର ଲୋକମାନେ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଥିଲା। ମା’ ଆରାଧ୍ୟା ଠାକୁରାଣୀ ମା’ ଟୁସୁ ଠାକୁରାଣୀଙ୍କ ମେଳା ରୂପେ ଏହି ମକର ମେଳା ବା ଉତ୍ସବକୁ ପାଳନ କରାଯାଇଥାଏ। ବହୁ ଆଢ଼ମ୍ବରସହକାରୀ ଚଳିତ ବର୍ଷ ଏହି ଉତ୍ସବକୁ ପାଳନ କରାଯିବା ସହ ଯାନିଯାତ୍ରା ଲାଗିଥିବା ଦେଖିବାକୁ ମିଳିଥିଲା। ପ୍ରତ୍ୟେକ ମୌଜାରୁ ମା’ଙ୍କ ପ୍ରତିମୂର୍ତିକୁ ଶୋଭାଯାତ୍ରାରେ ଆଣାଯିବା ସହ ମାଇକ୍ ଓ ବାଜା ଓ ସାଜସଜ୍ଜା କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ଉତ୍ସବର ସଭାପତି ଭୁବନାନନ୍ଦ ମହାନ୍ତ, ଉପସଭାପତି ଗିରିଥାରୀ ମହାନ୍ତ, ସରଂପଚ ମୋହନ ମହାନ୍ତ ପ୍ରମୁଖ

କାର୍ଯ୍ୟକର୍ତାଗଣ ଏହାକୁ ଆୟୋଜନ କରୁଥିବାବେଳେ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ ସଭ୍ୟ ମହେଶ୍ୱର ମହାନ୍ତ, ବାଉରୀବନ୍ଧୁ, ଅଙ୍ଗଦ, ରିଂଟୁ, ଉଦୟନାଥ, ଗିରିଶ । ଉତ୍ସବରେ ମୁଖ୍ୟ ପରିଚାଳକ ଭାବେ ରହିଥିଲେ ଲକ୍ଷ୍ମୀଧର ମହାନ୍ତ । ଏହାକୁ ଆହୁରି ସରସ ସୁନ୍ଦର କରିବା ଲାଗି ଆମେ ଚେଷ୍ଟିତ ବୋଲି ମଧ୍ୟ କହିଛନ୍ତି ସଭ୍ୟବୃନ୍ଦ । ଲୋକମାନେ ତଥା ଭକ୍ତମାନେ ମଧ୍ୟ ଏହି ମକର ଉତ୍ସବକୁ ଆନନ୍ଦ ସହକାରେ ପାଳନ କରିଥିବା ଦେଖିବାକୁ ମିଳିଛି।

ରିପୋର୍ଟ- ବିମଳ କୁମାର ରଣା, ଉତ୍‌କଳ ବୁଲେଟିନ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page